କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା । ଅଭିଯୋଗ ଶୁଣାଣିକୁ ନେଇ ଖପ୍ପା ସିଏମ୍ ଗ୍ରୀଭାନ୍ସ ସେଲ୍ । ଲୋକଙ୍କ ଅଭିଯୋଗ ସମାଧାନ କ୍ଷେତ୍ରରେ କଟକ ସବୁଠୁ ପଛରେ ରହିଛି । ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ବେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉ ନଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକକୁ ଅବମାନନା କରିବା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଯାହାକୁ ନେଇ କିଛି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିବାରୁ ଏପରି ନିର୍ଦ୍ଦେଶ ହୋଇଛି। ଯେଉଁ ଅଧିକାରୀଙ୍କର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ସେମାନେ ହେଲେ ଉପଜିଲ୍ଲାପାଳ ଆଠଗଡ଼, ଉପଜିଲ୍ଲାପାଳ ବାଙ୍କୀ , ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ପୋଲିସ ବିଭାଗ ସହ ପୂର୍ତ୍ତବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ଜଳସମ୍ପଦ ବିଭାଗ, RWSS ବିଭାଗ ସହ ଜିଲ୍ଲାର ୯୧ଟି ବିଭାଗର ଅଧିକାରୀ ଓ କର୍ମଚାରୀ । ୭୯୦ ଜଣଙ୍କର ଅଭିଯୋଗକୁ ଜଣଶୁଣାଣିରେ ଅଧିକାରୀମାନେ ସମାଧାନ କରି ନାହାନ୍ତି ।

ସୂଚନା ଯୋଗ୍ୟ; କଟକ ଜିଲ୍ଲା ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା ହୋଇଛି । ମୁଖ୍ୟମନ୍ତ୍ରୀ ଏପଟେ ଅଭିଯୋଗ ଶୁଣୁଥିବାବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଗୁରୁତ୍ୱ ଦେଉ ନାହାଁନ୍ତି । ଲୋକଙ୍କ ଅଭିଯୋଗ ସମାଧାନ କ୍ଷେତ୍ରରେ ସାରା ରାଜ୍ୟରେ ସମସ୍ତ ଜିଲ୍ଲା ତୁଳନାରେ କଟକ ସହର ସବୁଠାରେ ପଛରେ ରହିଛି ।  ଯାହାକୁ ନେଇ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *