ଏଥର କଟକ ବାଲିଯାତ୍ରାର ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ । ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ଆସନ୍ତା ନଭେମ୍ବର ୫ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଚଳିତବର୍ଷ ହେବାକୁଥିବା ବାଲିଯାତ୍ରା ୮ ଦିନ ଚାଲିବ । ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା । ଏ ନେଇ ଆଜି କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ ବାଲିଯାତ୍ରାକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ ବୋଲିଜି ଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । ସେହିପରି ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ପଡ଼ିବ ଷ୍ଟଲ୍ । ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା ବେଳେ ତାହାକୁ ରାତି ୧୧ଟା ପର୍ଯ୍ୟନ୍ତ କରାଯାଇଛି ।ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ । ତଳ ପଡ଼ିଆରେ ୬୦ ଏକର ପରିମିତ ଜାଗାରେ ମେଳା ଲାଗିବ । ପୂର୍ବରୁ ଏହା ମାତ୍ର ୩୪ ଏକର ଜଗାରେ ବାଲିଯାତ୍ରା ହେଉଥିଲା । ସେହିପରି ଦୋକାନ ଷ୍ଟଲ୍ ପାଇଁ ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ ।

Leave a Reply

Your email address will not be published. Required fields are marked *