କଟକ ସହରରେ କୋହଳ ହେଲା କର୍ଫ୍ୟୁ କଟକଣା । କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବାରୁ କଟକଣା କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ଥିବାରୁ କର୍ଫ୍ୟୁ କଟକଣାକୁ କୋହଳ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ କୋହଳ କରାଯାଇଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ ।

କର୍ଫ୍ୟୁ ସମୟରେ ଜରୁରୀ ସେବା ପାଇଁ ପରିଚୟପତ୍ର ଯାଞ୍ଚ କରି ଛଡ଼ାଯାଉଥିଲା । ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଥିଲା ।

ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ ଅଞ୍ଚଳ, ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମରେ କର୍ଫ୍ୟୁ ଲାଗିଥିଲା । ସେହିପରି ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିରହିଥିବା।

ସୂଚନା ଯୋଗ୍ୟ; ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି। ଦରଘାବଜାର ନିକଟରେ ପୁଲିସ ଶୋଭାଯାତ୍ରାକୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ଶୋଭାଯାତ୍ରାକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ଫଳରେ ପୁଲିସ ପକ୍ଷରୁ ଲାଠିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଉପୁଜିଥିବା ଉତ୍ତେଜନା କାରଣରୁ କଟକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ପାଇଁ କଟକଣା ଲଗାଯାଇଛି। ଏହାପରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *