ଯାଜପୁର ଟାଉନ ଥାନାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଏବେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ସେଥିପାଇଁ ଯାଜପୁର ରେ ପହଞ୍ଚିଛନ୍ତି ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତକାରୀ ଟିମରେ ରହିଛନ୍ତି କ୍ରାଇମବ୍ରାଞ୍ଚର ୨ଜଣ ଡିଏସପି ଏବଂ ଜଣେ ଇନସପେକ୍ଟର। ଏହି ଟିମ୍ ବିଶେଷ କରି ୩ଟି ଏତଲା ଉପରେ ତଦନ୍ତ ଆରମ୍ଭ କରିଛନ୍ତି । ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ ହେବ ।

ଆଜି ପ୍ରଥମ ଦିନରେ ବିଧାୟକଙ୍କ ବ୍ୟକ୍ତିଗତ ସହାୟକ (ପିଏସଓ)ଙ୍କ ବୟାନ ରେକର୍ଡ କରାଯିବ ।ଏହା ପରେ  ବିଧାୟକଙ୍କୁ ଆକ୍ରମଣ, ବିରଜା ହାଟ ବିବାଦ, ରାସ୍ତାର ରୋକ ଓ ଟାଉନ ଥାନା ଘେରାଉ ମାମଲାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ।  ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଲ CDR ରେକର୍ଡ଼ ଅନୁସାରେ ଭବ ଦାସଙ୍କୁ ପଚରାଉଚୁରା କରିବା ସହ ପୂର୍ବତନ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରିପାରେ କ୍ରାଇମବ୍ରାଞ୍ଚ ।

ସୂଚନଯୋଗ୍ୟ; ଗତ ୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ହଠାତ୍ କିଛି ଲୋକ ଆସି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ବବି ଦାସ ପଠାଇଥିବା କହିଥିଲେ । ବିଧାୟକ ଙ୍କ ଚେନ ମଧ୍ୟ ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଏହା ପରେ  ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ କରାଯାଇଛି ।

 

Leave a Reply

Your email address will not be published. Required fields are marked *