ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତିରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂ ସେଣ୍ଟରରୁ ପଠାଯାଇଥିବା ଜଣାପଡ଼ିଛି। ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ କିଛି ‘ବଣିକ’ର ପରୀକ୍ଷାର୍ଥୀ ଅଛନ୍ତି । କିନ୍ତୁ କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‘ବଣିକ’ର ଗତ ୫ ବର୍ଷର ରେକର୍ଡ ଯାଞ୍ଚ କରୁଛନ୍ତି । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିଛି । ଅନ୍ୟପଟେ ବଣିକ’ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଣେ କର୍ମଚାରୀ । ସେ କହିଛନ୍ତି ଆମେ ଏଠାରେ ପିଲାଙ୍କୁ କୋଚିଂ ଦେଉ, ବାହାରେ କିଏ କ’ଣ କଲା ଜାଣିନୁ। ଆମେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତଦନ୍ତରେ ପୂରା ସହଯୋଗ କରୁଛୁ । ସୂଚନା ଅନୁଯାୟୀ, ଓଡ଼ିଶା ପୋ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୋଲିସ୍ ସନ୍ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ କ୍ରାଇମ୍ବ୍ରାଞ୍ଚ ବଡ଼ ଖୁଲାସା କରିଛି। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିଛି। ବିଜୟନଗର ଯାଉଥିବା କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂରେ ପଢ଼ୁଥିବା ଜଣାପଡ଼ିଛି। ଏହି ଘୋଟାଲା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚର ଅନୁସନ୍ଧାନ ଜାରି ରହିଛି। ଇନଷ୍ଟିଚ୍ୟୁଟରେ ଏସ୍ଆଇ ଆଶାୟୀ ପ୍ରାର୍ଥୀଙ୍କୁ ତାଲିମ ଅଭିଯୋଗରେ ଏହି ଚଢ଼ଉ ହୋଇଛି। Post navigation ଉଭୟ ପଡ଼ିଆରେ ହେବ ବାଲିଯାତ୍ରା ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂର ଫଳାଫଳ ସ୍ଥଗିତ