୧୯୦୦ ମସିହା ପରେ ପ୍ରଥମ ଥର ୨୦୨୮ ଲସ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ। ଦୀର୍ଘ ୧୨୮ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବ । ଏଥିରେ ପୁରୁଷ ଓ ମହିଳା ବର୍ଗରେ ଛଅ ଛଅ ଟିମ୍ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ । ଏ ନେଇ ଆଜି ସୂଚନା ଦେଇଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) । ଏହା ପୂର୍ବରୁ ଶେଷ ଥର ୧୯୦୦ ମସିହାରେ ଆୟୋଜିତ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା ।

ସୂଚନା ଯୋଗ୍ୟ; ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲ୍ସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଟି-୨୦ ଫର୍ମାଟରେ ଖେଳାଯିବ । ଏଥିରେ ପୁରୁଷ ଓ ମହିଳା ବର୍ଗର ଛଅ ଛଅ ଦଳ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଦଳ ୧୫ ଜଣିଆ ଟିମ୍ ଚୟନ କରିବେ । ତେବେ କେଉଁ ଆଧାରରେ ୬ଟି ଲେଖାଏଁ ଦଳ ଅଲିମ୍ପିକ୍ସ ଖେଳିବେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଏଥିପାଇଁ ଯୋଗ୍ୟତା ମାନଦଣ୍ଡ କଣ ରହିଛି ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ମାତ୍ର ଆୟୋଜକ ଦେଶ ଭାବେ ଆମେରିକା ଟିମକୁ ସିଧାସଳକ ସ୍ଥାନ ମିଳିପାରେ ।

Leave a Reply

Your email address will not be published. Required fields are marked *