ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ (CPSE-2024) ପାଇଁ ପ୍ରାର୍ଥୀଙ୍କ ତଥ୍ୟ ଅପଡେଟ୍ ଓ ଯାଞ୍ଚ କରିବାର ଅବଧିକୁ ଆଉ ୧୦ ଦିନ ବୃଦ୍ଧି କରିଛି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିସନ (OUSSSC) । ଏବେ ପ୍ରାର୍ଥୀମାନେ ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ କରିପାରିବେ । ୨୦୨୫ରେ ବିଜ୍ଞାପିତ ସବ୍-ଇନ୍ସପେକ୍ଟର (SI) ସ୍ତରୀୟ ଏହି ପରୀକ୍ଷାର ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହି ସମୟସୀମା ଲାଗୁ ହେବ । ବୟସ ସୀମା କୋହଳ ପାଇବାକୁ ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ଏହାର ଅନ୍ତର୍ଭୁକ୍ତ । ପ୍ରାର୍ଥୀମାନେ କମିସନଙ୍କ ଅଫିସିଆଲ୍ ୱେବସାଇଟ୍ https://osssc.odisha.gov.in ରେ ଲଗ୍ଇନ୍ କରି ନିଜର ପ୍ରମାଣପତ୍ର ଓ ତଥ୍ୟ ଅପଡେଟ୍ କିମ୍ବା ଯାଞ୍ଚ କରିବାକୁ କମିସନ ପରାମର୍ଶ ଦେଇଛି । ଏହି ପ୍ରକ୍ରିୟାରେ ଦିଆଯାଇଥିବା ତଥ୍ୟକୁ ପରୀକ୍ଷାର ପରବର୍ତ୍ତୀ ସମସ୍ତ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ । କମିସନ ସ୍ପଷ୍ଟ କରିଛି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକ୍ରିୟା ପୂରଣ ନକଲେ ପ୍ରାର୍ଥୀମାନେ ନିଜେ ଦାୟୀ ରହିବେ ଏବଂ କୌଣସି ପରିସ୍ଥିତିରେ ଆଉ ସମୟସୀମା ବୃଦ୍ଧି କରାଯିବ ନାହିଁ । Post navigation Cyclone ‘Arnab’ Impact: ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି: ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କ୍ଷିପ୍ର କରିବାକୁ ମନମୋହନ ସାମଲଙ୍କ ନିର୍ଦ୍ଦେଶ 9 Trains Cancelled, 14 Diverted due to Cyclone: ବାତ୍ୟା ପ୍ରଭାବ: ୯ଟି ଟ୍ରେନ୍ ବାତିଲ, ୧୪ଟିର ଗତିପଥ ପରିବର୍ତ୍ତନ