covid-case-in-odisha-my-not-be-called-a-wave
ଭୁବନେଶ୍ୱରରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି । ତେଣୁ ରାଜ୍ୟରେ କୋଭିଡ଼ ସଂକ୍ରମଣକୁ ନେଇ ରାଜ୍ୟବାସୀ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।
 
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଦେଖାଯାଉଥିବା କୋଭିଡ ସଂକ୍ରମଣକୁ ଲହର କୁହାଯାଇପାରିବ ନାହିଁ । ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗ ପାଲଟିଛି । ମଝିରେ ମଝିରେ କୋଭିଡ ହେଉଛି, କିନ୍ତୁ ଏହାକୁ କେହି ଗୁରୁତର ହେଉନାହାନ୍ତି ।
 
ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ତେବେ ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା । ଭାରିଆଣ୍ଟ ଜାଣିବା ପାଇଁ ନମୁନା ସଂଗ୍ରହ କରି ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । କୋଭିଡ୍‌ ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।
 
କହିରଖୁଛୁ ଯେ, ଚୀନ୍, ସିଙ୍ଗାପୁର ପରେ ଭାରତରେ କୋଭିଡ ସାଙ୍ଗକୁ ମୁମ୍ବାଇରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ଖବରକୁ ନେଇ ସାରା ଦେଶରେ ଚହଳପଡିଛି ।

By Nirvay

Leave a Reply

Your email address will not be published. Required fields are marked *