କଂଗ୍ରେସ ଅଧ୍ଯକ୍ଷ୍ୟ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ‘ଭାରତ ଜୋଡ଼ୋ ଯାତ୍ରା ଶୈଳୀରେ ଅଭିଯାନ ପାଇଁ ଜନତାଙ୍କୁ ଅନୁରୋଧ କରିଛନ୍ତି।ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଦଳର ସମ୍ବିଧାନ ଦିବସ ରାଲିରେ ସେ କହିଛନ୍ତି, “ଆମେ ଇଭିଏମ୍ ଚାହୁଁନାହୁଁ, ଆମେ ବାଲଟ୍ ପେପର ଚାହୁଁଛୁ।ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ମହାଯୁତି ମେଣ୍ଟ ୨୮୮ ଟି ଆସନ ମଧ୍ଯରୁ ୨୩୦ ଟି ଜିତିବା ପରେ, କଂଗ୍ରେସ ସମେତ ବିରୋଧୀ ଦଳମାନେ ଫଳାଫଳକୁ ଜାଲିଆତି କରିଥିବା ଅଭିଯୋଗ କରିଥିଲେ।ମହାରାଷ୍ଟ୍ରର କଂଗ୍ରେସ ପର୍ଯ୍ଯବେକ୍ଷକ ତଥା କର୍ଣ୍ଣାଟକର ସ୍ୱରାଷ୍ଟ୍ର ମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ “ସିଲେକ୍ଟିଭ୍ ଇଭିଏମ୍” ହ୍ୟାକିଙ୍ଗ ହୋଇଥିବା ଅଭିଯୋଗ କରିଥିଲେ।
ପାର୍ଟି ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତି, ଆମ ପାର୍ଟିକୁ ଏକ ଅଭିଯାନ ଆରମ୍ଭ କରିବା ଉଚିତ ଏବଂ ସବୁ ପାର୍ଟିକୁ ଏକାଠି ମିଶି କାମ କରିବା ଉଚିତ୍। ଆମେ ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତ ଯୋଡ଼ୋ ଯାତ୍ରା ପରି ସମଗ୍ର ଦେଶରେ ବ୍ୟାପକ ଅଭିଯାନ ଚଳାଇବୁ |
ସେ ଏହା ମଧ୍ଯ କହିଛନ୍ତି ଯେ ଝାଡ଼ଖଣ୍ଡ ଏବଂ ଅନ୍ୟାନ୍ଯ ସ୍ଥାନରେ ଏହା କାହିଁକି ଘଟିଲା ନାହିଁ। ଏହି ହେରଫେର ଚୟନମୂଳକ ଭାବରେ କରାଯାଏ ଯାହା ଦ୍ୱାରା କେହି ଏହାକୁ ପ୍ରଶ୍ନ କରିପାରିବେ ନାହିଁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି। ଇଭିଏମ୍ ପ୍ରସଙ୍ଗ ଉପରେ କେହି ଶୁଣୁ ନାହାଁନ୍ତି, ଆମେ ଏହାକୁ ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ମଧ୍ଯ ଯାଇଛୁ। ଜନସାଧାରଣଙ୍କ ଭାବନା କହୁଛି ଯେ ଆମେ ଆମର ଭୋଟ୍ X କୁ ଦେଉଛୁ କିନ୍ତୁ ଏହାକୁ Y ନାମରେ ଚିହ୍ନିତ କରାଯାଉଛି, ତେଣୁ କେହି ସମସ୍ୟା ଶୁଣୁ ନାହାଁନ୍ତି। ତେଣୁ ଏକ ଜନ ଆନ୍ଦୋଳନ ବ୍ଯତୀତ ଅନ୍ଯ କୌଣସି ଉପାୟ ନାହିଁ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ଯ ନାନା ପାଟୋଲେ କହିଛନ୍ତି।
ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଭାରତରେ ନିର୍ବାଚନରେ ଫିଜିକାଲ ପେପର ବାଲଟ ଭୋଟିଂ ସିଷ୍ଟମକୁ ପୁନଃପ୍ରଚଳନ କରିବାକୁ ଅନୁରୋଧ କରାଯାଇଥିଲା।
ପିଆଇଏଲକୁ ଖାରଜ କରି ଜଷ୍ଟିସ୍ ବିକ୍ରମ ନାଥ ଏବଂ ପି. ବି. ଭାରାଲେଙ୍କ ଖଣ୍ଡପୀଠ କହିଛନ୍ତି, “ଯେତେବେଳେ ଆପଣ ହାରନ୍ତି, ଇଭିଏମ୍ ସହିତ ଟ୍ୟାମ୍ପରିଙ୍ଗ କରାଯାଏ; ଯେତେବେଳେ ଆପଣ ଜିତନ୍ତି, ଇଭିଏମ୍ ଠିକ୍ ଅଛି। ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି