ବିଧାନସଭା ଭଳି ଏକ ପବିତ୍ର ଗୃହରେ ଆଜି ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗିବା ଏବଂ ପରେ ତିନି ଦଳର ବିଧାୟକ ମାନେ ହାତାହାତି ହେବା ଘଟଣାରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି । ତେବେ କଂଗ୍ରେସ ବିଧାୟକଙ୍କ ପ୍ରତି ପକ୍ଷପାତିତା ଅଭିଯୋଗ ଆଣି କଂଗ୍ରେସ ଦଳ ଆସନ୍ତା କାଲି ବିଧାନସଭା ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ଧାରଣା ଦେଇଥିବା ତାରା ବାହିନୀପତି ଓ ଦଳର ଅନ୍ୟ ବିଧାୟକମାନେ ଧାରଣାରୁ ଓହୁରି ଯାଇଛନ୍ତି । ଏନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ କଂଗ୍ରେସ ଦଳର ଜରୁରୀ ବୈଠକ ଆସନ୍ତା କାଲି ବସିବ । ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ହେବ । ତେଣୁ ବିଧାନସଭାରେ ଆସନ୍ତା କାଲି କୌଣସି ଆଲୋଚନାରେ କଂଗ୍ରେସ ଭାଗନେବ ନାହିଁ । Post navigation ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଲା ୩୯.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର