ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବରୁ କଂଗ୍ରେସ ୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି ।

ତେବେ ଦଳର ଟାଣୁଆ ନେତା ଜୟଦେବା ଜେନାଙ୍କୁ ଦଳ ଏଥର ଆନନ୍ଦପୁରରୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରପୋଖରୀରୁ ପ୍ରାର୍ଥୀ କରିଛି ଦଳ । ତା ସହିତ ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ସୁଜାତା ମହାପାତ୍ର, ଜଟଣୀରୁ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । ତେବେ ନଜର ପକାନ୍ତୁ, ୭୫ଟି ଆସନରେ କାହାକୁ ପ୍ରାର୍ଥୀ କରିଛି ଦଳ ?

ଅତାବିରା – ଅଭିଷେକ ସେଠ୍, ତଳସରା – ଦେବେନ୍ଦ୍ର ଭିତାରିଆ, କୁଚିଣ୍ଡା – କେଦାରନାଥ ବରିହା, ରେଙ୍ଗାଲି – ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁର – ଦୁର୍ଗାପ୍ରସାଦ ପାଢୀ ,ରାଇରାଖୋଲ – ଆସଫ୍ ଅଲ୍ଲୀ ଖାନ୍, ଦେବଗଡ – ସେମ୍ ହେମ୍ବ୍ରମ୍, ତେଲକୋଇ – ନିର୍ମଳ ଚନ୍ଦ୍ର ନାୟକ, ଘଷିପୁରା – ସୁବ୍ରତ ଚକ୍ର, ଆନନ୍ଦପୁର – ଜୟଦେବ ଜେନା, ପାଟଣା – ହୃଷିକେଶ ନାୟକ, କେନ୍ଦୁଝର – ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆ – ଯଶୱନ୍ତ ଲଘୁରୀ,ଯଶୀପୁର – ଶ୍ୱେତା ଛତର,ସାରସକଣା – ରାମ କୁମାର ସୋରେନ୍, ରାଇରଙ୍ଗପୁର – ଯୋଗେନ୍ଦ୍ର ବନରା, ବାଙ୍ଗିରିପୋଷି – ବଦଲା ହେମ୍ବ୍ରମ୍, କରଞ୍ଜିଆ – ଲକ୍ଷ୍ମୀଧର ସିଂହ, ଉଦଳା – ଦୁର୍ଗା ଚରଣ ଟୁଡୁ ,ବାରିପଦା – ବାଦଲ ହେମ୍ବ୍ରମ୍, ମୋରଡା – ପ୍ରଭାସ କର ମହାପାତ୍ର, ଭୋଗରାଇ – ସତ୍ୟଶିବ ଦାସ, ବସ୍ତା – ବିଜୟ ନାୟକ, ରେମୁଣା – ସୁଦର୍ଶନ ଜେନା, ସୋର – ସୁବ୍ରତ ଧଡା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *