ହରିୟାଣା ନିର୍ବାଚନ ଫଳ କଂଗ୍ରେସକୁ ଜାତୀୟସ୍ତରରେ ବଡ଼ ଧକ୍କା ଦେଇଛି। କିନ୍ତୁ ଓଡ଼ିଶାରେ କଂଗ୍ରେସ ଅପେକ୍ଷା ବିଜୁ ଜନତା ଦଳର ନେତାମାନେ ଏବେ ବିଳାପ କରିବା ଅବସ୍ଥାକୁ ଆସିଯାଇଛନ୍ତି । ପୂର୍ବ ଶାସକ ଦଳର ନେତାମାନେ ଧରି ନେଇଥିଲେ ଯେ ହରିୟାଣାରେ କଂଗ୍ରେସ ସରକାରକୁ ଫେରିବ। ଏହାପରେ ଓଡ଼ିଶାରେ କଂଗ୍ରେସ ସହିତ ବିଜେଡ଼ିର ପ୍ରେମ ସମ୍ପର୍କ ଆହୁରି ନିବିଡ଼ ହୋଇଯିବ। ଏପରିକି ଓଡ଼ିଶାରେ କଂଗ୍ରେସ ସହ ମିଶି ସରକାର ଗଢ଼ି ପକାଇବ ବିଜେଡ଼ି। କିନ୍ତୁ ଏତେ ସପନକୁ ରାତି କାହିଁ ? ହରିୟାଣା ନିର୍ବାଚନ ଫଳ କଂଗ୍ରେସ ଅପେକ୍ଷା ବେଶୀ ଆଘାତ ଦେଇଛି ସରକାର ଗଢ଼ିବାର ସପ୍ନ ଦେଖୁଥିବା ବିଜେଡ଼ି ଦଳକୁ।

ବିଜେଡ଼ି ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କଂଗ୍ରେସ ସ‌ହ ମିଶି ବିଜେଡ଼ି ଓଡ଼ିଶାରେ ସରକାର ଗଠନ କରିବେ ବୋଲି କହି ଚର୍ଚ୍ଚାକୁ ଆସିଥିଲେ। ମେଣ୍ଟ ସରକାର ପ୍ରସ୍ତାବ ବାବଦରେ ସେ ଦଳର ସଭାପତି ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନଙ୍କୁ କହିଥିବା ଗର୍ବର ସହ ପ୍ରକାଶ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ହରିୟାଣାରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦର୍ଶାଇ ସେ ଯେଉଁ ପ୍ରକାର ଆନନ୍ଦ ପ୍ରକାଶ କରିଥିଲେ ସେଥିରୁ ବିଜଦ ହତାଶ ବାରି ହୋଇପଡିଛି ।

Leave a Reply

Your email address will not be published. Required fields are marked *