ଓଡ଼ିଶାରେ ମହିଳା ଅସୁରକ୍ଷିତ ଥିବା କଥା ରାହୁଲ ଗାନ୍ଧୀ କହିବାର ଗୋଟିଏ ଦିନ ପରେ, ବାଲେଶ୍ୱର ଫକୀର ମୋହନ ୟୁନିଭର୍ସିଟିରେ କଲେଜ କ୍ୟାମ୍ପସରେ ଘଟିଥିବା ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି । ଜଣେ ଯୁବତୀ ନ୍ୟାୟ ନପାଇବାରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଜୀବନ ସହିତ ସଂଘର୍ଷ କରୁଛନ୍ତି । ପ୍ରଫେସରଙ୍କ ଦ୍ୱାରା ଲୋଡ଼ାଯାଇଥିବା ଯୌନ ଅନୁଗ୍ରହ ଏବଂ ନିର୍ଯାତନା ବିଷୟରେ କର୍ତ୍ତୃପକ୍ଷ ଅବଗତ ଥିଲେ, କିନ୍ତୁ ଝିଅଟିକୁ ସୁରକ୍ଷା ଦେବା କିମ୍ବା ନ୍ୟାୟ ଦେବା ପାଇଁ କିଛି କରିନଥିଲେ । ପିସିସି ସଭାପତି ଭକ୍ତଚରଣ ଦାସ ଯୁବତୀଙ୍କ ଆଶୁ ଆରୋଗ୍ୟ ପ୍ରାର୍ଥନା କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ଅଧିକାରୀ ମଧ୍ୟ ଏ ଘଟଣା ପାଇଁ ସମାନ ଭାବେ ଦାୟୀ । ରାଜ୍ୟର କୌଣସି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ମନ୍ତ୍ରୀ ନିଜ ବିଫଳତା ସ୍ୱୀକାର କରି ତୁରନ୍ତ ଇସ୍ତଫା ଦେବାକୁ ଦାସ ଦାବି କରିଛନ୍ତି । Post navigation ବାଲେଶ୍ୱର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେଡି ନାରୀଶିକ୍ଷାର ଅଗ୍ରଗତିରେ ଅଗ୍ରଣୀ ଭୂମିକା ନେଇଥିଲେ କବି ବିଦ୍ୟୁତ୍ପ୍ରଭା