କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ମୁଲତବି ଆଲୋଚନାରେ ଭାଗ ନେଇ ଏହି ମାମଲରେ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ।ସିସିଟିଭି ଫୁଟେଜ୍ ଯାଞ୍ଚ ହେଉ । କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ୍ ଡାଏ କାହିଁକି ହେଲା । ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ତାରାପ୍ରସାଦ ।

ତାରାପ୍ରସାଦ ଆଉ ମଧ୍ୟ କହିଛନ୍ତି ବିଚାର ବିଭାଗୀୟ ତଦନ୍ତ ହେଲେ କେତେ ଜଣ IAS, IPSଙ୍କ ପରିବାର ଲୋକେ କିଟ୍‌ରେ ଚାକିରି କରିଛନ୍ତି ଜଣାପଡ଼ିବ ।

ଅନ୍ୟପଟେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ହେବାକୁ ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସଂଧ୍ୟା ସାଢ଼େ ୬ଟାରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *