ରାଜ୍ୟରେ ତଳମୁହାଁ ହେଉଛି ପାରଦ । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଗତକାଲି ଭୁବନେଶ୍ୱରରେ ସକାଳ ୫ଟା ୩୦ ସୁଦ୍ଧା ତାପମାତ୍ରା ଥିଲା ୧୪.୮ ଡିଗ୍ରୀ ଥିବା ବେଳେ ଆଜି ୫ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା ରହିଛି । କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଶିମିଳିପାଳରେ ୪ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା । ତେବେ ଆଗକୁ ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟ ପଟେ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି।ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡିରେ ସବୁଠାରୁ କମ ୮ ଡିଗ୍ରୀ ପାରା ରେକର୍ଡ କରାଯାଇଛି । ସେହିଭଳି ଫୁଲବାଣୀରେ ସବୁଠୁ କମ୍ ୯. ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ରାତ୍ରି ତାପମତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଯାଏଁ କମ ରହିଛି । Post navigation Nuapada Bypoll: ନୂଆପଡ଼ାରେ ଉପନିର୍ବାଚନ ନଥିଲା, ଗଣତନ୍ତ୍ର ପ୍ରତି ଉପହାସ ଥିଲା: ଭକ୍ତ ଦାସ BJD Press Meet: ନୂଆପଡାରେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଭାବିତ କରି ଭୋଟ ରିଗିଂ କରିଛି ବିଜେପି: ସ୍ନେହାଙ୍ଗିନୀ