ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏପରିକି ୧୦ ଡିଗ୍ରୀ ତଳେ ୨୩ ସହର ରହିଥିବା ବେଳେ ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଶୀତରେ ଥରୁଛି ରାଜଧାନୀ ଭୁବନେଶ୍ୱର । ଆଜି ସକାଳ ୫ଟା ୩୦ରେ ତାପମାତ୍ରା ୧୦ ଡ଼ିଗ୍ରୀ ରେକର୍ଡ । ଝାରସୁଗୁଡା ୮.୮, କେନ୍ଦୁଝର ୯.୮ ଓ ବାଲେଶ୍ୱର ୧୨ ଡ଼ିଗ୍ରୀ । ପାରାଦୀପ ୧୩.୪, ଚାନ୍ଦବାଲି ୧୩.୬ ଡ଼ିଗ୍ରୀ । ଗୋପାଳପୁର ୧୪.୬ ଓ ପୁରୀରେ ୧୫.୪ ଡ଼ିଗ୍ରୀ ତାପମାତ୍ରା । ତେବେ ଆଜି ୩ ଡିଗ୍ରୀ ସହ ସବୁଠୁ ଥଣ୍ଡା ପାଲଟିଛି ଜି.ଉଦୟଗିରି। ସେମିଳିଗୁଡାରେ ୪.୧, ଫୁଲବାଣୀରେ ୫, ରାଉରକେଲାରେ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଶୀତ ସହିତ ଘନ କୁହୁଡି ମଧ୍ୟ ଜାରି ରହିଛି। ଯାହାଫଳରେ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ। ତେବେ ଆସନ୍ତା ୨ ଦିନ ଆହୁରି ଅଧିକ ଶୀତ ଏବଂ ଘନ କୁହୁଡି ଅନୁଭୂତ ହେବ। ଯାହାଫଳରେ ରାତିର ତାପମାତ୍ରା ୮ ଡିଗ୍ରୀ ତଳକୁ ଖସି ଯିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ଥଣ୍ଡାରେ ଥରହର ହୋଇଛି ରାଜଧାନୀ। ରାଜଧାନୀ ଭବନେଶ୍ବରରେ ୧୦ ଡିଗ୍ରୀ ସେଲସିଅସକୁ ଖସିଛି ପାରଦ। । Post navigation ରୁଷୀୟ ତୈଳ ଟ୍ୟାଙ୍କରକୁ ନିଜ କବ୍ଜାକୁ ନେଲା ଆମେରିକା Parking Fee Hiked At Puri: ପୁରୀରେ ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି