ରାଜ୍ୟରେ ଶୀତର ଲହରୀ ଜାରି ରହିଛି । କ୍ରମାଗତ ଭାବେ ତାପମାତ୍ରା ତଳମୁହାଁ ହେଉଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୧୨ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଉରକେଲାରେ ସବୁଠୁ ଥଣ୍ଡା ସହର । ରାଉରକେଲା ଓ ଝାରସୁଗୁଡ଼ାରେ ୭ ଡିଗ୍ରୀ ତଳକୁ ଖସିଛି ପାରଦ। ରାଉରକେଲାରେ ୬.୬ ଓ ଝାରସୁଗୁଡ଼ାରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଜି.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି । ଫୁଲବାଣୀ ୫.୨ ଡିଗ୍ରି ଓ ଦାରିଙ୍ଗିବାଡି ୭.୦ ଡିଗ୍ରି ରେକର୍ଡ କରାଯାଇଛି । ଏହାସହ ରାଜ୍ୟରେ ଧୀରେ ଧୀରେ ପାରଦ ଖସିବା ସହିତ ରାଜଧାନୀ ଭୁବନେଶ୍ୱରରେ ବଢୁଛି । ଆଜି ଭୁବନେଶ୍ୱରର ତାପମାତ୍ରା ୧୧.୮ ଡିଗ୍ରୀ ରହିଛି ।

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଏହି ସ୍ଥିତି ଲାଗି ରହିଛି। ଶୀତର କଲବଲରେ ଜନଜୀବନ ଅସ୍ତବ୍ୟସ୍ତ। ଘନ କୁହୁଡି ଯୋଗୁଁ ଜୀବନ ଯାତ୍ରା ଅଚଳ ହୋଇପଡିଛି । ଉତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରଭାବରେ ଏଭଳି ପାଣିପାଗ ଅନୁଭୂତ ହେଉଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *