ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଚୋରି ଘଟଣାରେ ଜେରାର ସମ୍ମୁଖୀନ ହୋଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଚୋରି ହୋଇଥିବା ଫାଇଲ୍ ଦୁଇଟି ହେଲା, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଓ ପରବର୍ତ୍ତି ଦଙ୍ଗା ସଂପର୍କିତ ଜଷ୍ଟିସ୍ ଏ. ଏସ.ନାଇଡୁ କମିଶନ୍ ରିପୋର୍ଟ ଏବଂ ସମ୍ ହସପିଟାଲ୍ ଅଗ୍ନିକାଣ୍ଡ ନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ତଦନ୍ତ ରିପୋର୍ଟ । ଏ ଚୋରି ସମ୍ପର୍କିତ ସରକାରଙ୍କ ପାଖରେ ଯଥେଷ୍ଟ ତଥ୍ୟ ପ୍ରମାଣ ରହିଛି, ଫାଇଲ୍ ହଜିନାହିଁ ବରଂ ଚୋରି କରାଯାଇଛି। ଫାଇଲ୍ ଯିବାର ପ୍ରମାଣ ଅଛି କିନ୍ତୁ ଫେରିବାର ପ୍ରମାଣ ନାହିଁ । Post navigation PM Modi, President Trump hold Bilateral Talks on G7 sidelines in France Odisha Govt Approves 20 Mega Projects: ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ