ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ବ୍ରହ୍ମଗିରି ଥାନା ବଡଦିଆଣ୍ଡି ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ଶିଳାନ୍ୟାସକୁ କେନ୍ଦ୍ରକରି ପୋଲିସ ଉପସ୍ଥିତିରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ ସହ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ୨ ଗୋଷ୍ଠୀ ହୋଇଥିବା ଗଣ୍ଡଗୋଳରେ ୪ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ଡ଼ାକ୍ତଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ; ବ୍ରହ୍ମଗିରି ଥାନା ବଡଦିଆଣ୍ଡି ଗ୍ରାମରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ବିଭିନ୍ନ ପ୍ରକଳ୍ପ ସହିତ ବାତ୍ୟା ଆଶ୍ରୟସ୍ଥଳୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା,ଏବଂ ବାତ୍ୟା ଆଶ୍ରୟସ୍ଥଳି ଉଦ୍ଘାଟନ ପାଇଁ ଫଳକ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା ମାତ୍ର ବିଧାୟିକା ଶ୍ରୀମତୀ ମହାପାତ୍ର ଉକ୍ତ ଗ୍ରାମରେ ପହଞ୍ଚିବା ପୂର୍ବରୁ କିଛି ବିଜୁ ଜନତା ଦଳର କର୍ମକର୍ତା ମାନେ ଫଳକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ଫଳକ ଭାଙ୍ଗିବା ଉଦ୍ୟମ ଫଳରେ ଉତ୍ତେଜନା ଆରମ୍ଭ ହୋଇଥିଲା । ସ୍ଥାନୀୟ ପୋଲିସ ଉପସ୍ଥିତିରେ ଦୁଇଗୋଷ୍ଠି ମୁହାଁମୁହିଁ ହୋଇଥିଲେ ବୋଲି ସୂଚନା ରହିଛି । ଏଥିରେ ୪ ଜଣ ଆହାତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *