ଖୁବ୍‌ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା । ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରିବା ପାଇଁ ତତ୍ପର ହୋଇ ଉଠିଛନ୍ତି ନୂଆ ସରକାର। ଟଙ୍କା ଫେରସ୍ତ ନେଇ ଆଜି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତି କହିଛନ୍ତି ଖୁବ୍‌ ଶୀଘ୍ର ଜମାକାରୀଙ୍କୁ ମିଳିବ କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଟଙ୍କା। ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି । ତର୍ଜମା ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ।

Leave a Reply

Your email address will not be published. Required fields are marked *