ଭୁବନେଶ୍ବରରେ ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାଜରାସ୍ତାରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିବା ଏବେ ସାମ୍ନାକୁ ଆସିଛି। ରାମ ମନ୍ଦିର ପାଖରୁ ରାତି ୨ଟା ବେଳେ ମାଆ କୋଳରୁ ପୁତ୍ରକୁ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଏହାପରେ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରିଥିବା ଜଣେ ଦିବ୍ୟାଙ୍ଗ ମହିଳା । । ଏହାପରେ ଅଭିଯୋଗ ଆଧାରରେ ତନାଘନା ଆରମ୍ଭ କରିଛି ପୋଲିସ । ସହରରେ ଲାଗିଥିବା ସିସିଟିଭିକୁ ତନ୍ନତନ୍ନ କରି ଯାଞ୍ଚ କରିଛି ପୋଲିସ । ସୂଚନା ଯୋଗ୍ୟ; ବିଳମ୍ବିତ ରାତି ୨ ଟାରେ ରାମ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରୁଥିବା ଜଣେ ମହିଳାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ରକୁ ଖାଇବାକୁ ଦେବା ସହ ଜୁସ୍ ଦେଇ ଲୋଭ ଦେଖାଇଥିଲା ଅପହରଣ କରିଥିଲା ଦୁର୍ବୃତ୍ତ । ତେବେ ଅଙ୍ଗ ତସ୍କରି ପାଇଁ ପିଲାଟିକୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ମାଆ । ଏହା ସହ ପିଲାକୁ ତୁରନ୍ତ ଖୋଜି ଆଣି ତାଙ୍କ ନିକଟରେ ଦେବାକୁ ପିଲାର ମାଆ ଗଣମାଧ୍ୟମ ଆଗରେ ଅନୁରୋଧ କରିଛନ୍ତି । ମାଆର ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେଠାରେ ବସି ଭିକ୍ଷାବୃତ୍ତି କରୁଥିବା ଅନ୍ୟ ଲୋକଙ୍କୁ ପଚରାଉଚରା କରିଛି ପୋଲିସ । Post navigation ସୁନ୍ଦରଗଡ଼ରେ ବେଆଇନ ଖଣି ଉତ୍ତୋଳନ ଦୁର୍ନୀତିରେ ସାମିଲ ଅଛନ୍ତି ସରକାରୀ କର୍ମଚାରୀ: ଯୋଗେଶ ସିଂହ ହନୁମାନ ଜୟନ୍ତୀ: ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ନେଇ ଦାୟିତ୍ବରେ ୨୦୦ ପ୍ଲାଟୁନ୍