ଚିକିଟି ମଦ ମୃତ୍ୟୁ ଘଟଣା ପରେ ଅବକାରୀ ବିଭାଗର ତତ୍ପରତା ଦେଖାଦେଇଛି। ଏହି ଘଟଣାରେ ୨ ଅଧିକାରୀଙ୍କ ବଦଳି ହୋଇଛି । ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କ କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି ହୋଇଛି। ଏଥିସହ ବ୍ରହ୍ମପୁର ଅବକାରୀ ଅଧୀକ୍ଷକଙ୍କୁ ଗତକାଲି ନିଲମ୍ବିତ କରାଯାଇଛି। ପ୍ରକାଶ ଯେ, ବିଷାକ୍ତ ଓ ନକଲି ମଦ ପିଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଥିଲେ।

Leave a Reply

Your email address will not be published. Required fields are marked *