ନକଲି ଓ ବିଷାକ୍ତ ମଦ ପିଇ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ବିଷାକ୍ତ ମଦ ପିଇ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ଏମ୍‌କେସିଜି ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାଲି କାରବାଲୁଆ ଅଞ୍ଚଳର ଜଣଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *