ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ କରିବେ ଶୁଣାଣି। ଜୁଲାଇ ୧ ତାରିଖ ଦିନ ୧୧ଟା ସମୟରୁ ୟୁନିଟ-୫ ସ୍ଥିତ ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୂଚନା ମୁତାବକ, ଜୁଲାଇ ୧ ତାରିଖରୁ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ଜୁଲାଇ ୧ତାରିଖ ଦିନ ୯ଟା ରୁ ୧୨ଟା ପର୍ଯ୍ୟନ୍ତ ସମୟ ରହିଛି । ଏଣୁ ରାଜ୍ୟର ସମସ୍ତ ଜନସାଧାରଣମାନଙ୍କୁ ଜଣାଇଦିଆଯାଉଛି କଯେ ଆଗ୍ରହୀ ବ୍ୟକ୍ତିମାନେ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ଉପରୋକ୍ତ ସମୟରେ ଉପସ୍ଥିତ ରହି ନିଜ ନିଜର ପଞ୍ଜିକରଣ କରାଇ ଅଭିଯୋଗଗୁଡିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣେଇ ପାରିବେ । ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଣି ସମୟରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିବ। ସେଠାରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ। Post navigation ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଗୋଚାଲାଣକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ