ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ନେଇ ଯେଉଁ ପରିକଳ୍ପନା ହୋଇଥିଲା, ତାର ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି ତୋଳିବା ସହ ବାରବାଟୀରେ ଅତ୍ୟାଧୁନିକ ସୁବିଧା-ସୁଯୋଗ ଏବଂ ଷ୍ଟାଡିୟମର କ୍ଷମତା ବୃଦ୍ଧି ମଧ୍ୟ କରାଯିବ ।

ସେହିପରି ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର , ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ କରାଯିବ ।


ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପୁରୀ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବ୍ରହ୍ମପୁର, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଯାଜପୁର, ଓସିଏ ଦ୍ୱାରା ବିକଶିତ ୪୨ଟି କ୍ରିକେଟ ଏକାଡେମୀ, ମହିଳା କ୍ରିକେଟ ଏକାଡେମୀ ପୁରୀ, କ୍ରିକେଟ ଗ୍ରାଉଣ୍ଡ ଝାରସୁଗୁଡ଼ା, ଭାରୋତ୍ତୋଳନ ଏକାଡେମୀ ଗଞ୍ଜାମ, ହକି ପ୍ରଶିକ୍ଷଣ କେନ୍ଦ୍ର ଯାଜପୁର ଭଳି ଏକାଧିକ କ୍ରୀଡ଼ା ଭିତ୍ତିଭୂମୀର ଉଦଘାଟନ କରାଯାଇଛି ।
ଭିଏସଏସ କ୍ରିକେଟ ଷ୍ଟାଡିୟମ, ସମ୍ବଲପୁରର ପୁନଃବିକାଶ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବରଗଡ଼, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଢ଼େଙ୍କାନାଳ ଏବଂ ସ୍ପୋର୍ଟ୍ସ ଏକାଡେମୀ ଯାଜପୁର ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

By Nirvay

Leave a Reply

Your email address will not be published. Required fields are marked *