ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ବିଭିନ୍ନ ଉନ୍ନୟନମୂଳକ ଓ ଅତ୍ୟାବଶ୍ୟକ ପ୍ରକଳ୍ପ କାର୍ଯ୍ୟ ପାଇଁ ଦିଆଯାଉଥିବା ବାର୍ଷିକ ବିଧାୟକ ପାଣ୍ଠିକୁ ବୃଦ୍ଧି କରିବା ନେଇ ବିଧାସଭାରେ ଦିଆଯାଇଥିବା ପ୍ରସ୍ତାବର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାୟକ ପାଣ୍ଠି ବାର୍ଷିକ ୩ କୋଟିରୁ ୫ କୋଟି ବୃଦ୍ଧି କରିବାକୁ ବିଧାନସଭାରେ ପ୍ରସ୍ତାବ ଦେଇଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା ।

ଏହାର ଉତ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ବିଧାୟକ ପାଣ୍ଠି ୧୯୯୭-୯୮ ଆର୍ଥିକ ବର୍ଷରୁ ପ୍ରଚଳିତ ହୋଇଥିଲା ଏବଂ ଏହାର ବାର୍ଷିକ ମୁଲ୍ୟ ୫ ଲକ୍ଷ୍ୟରେ ଥିବା ବେଳେ ପରବର୍ତ୍ତି ସମୟ୨୦୦୨-୦୩ ରେ ଏହା ବୃଦ୍ଧି ହୋଇ ୫୦ ଲକ୍ଷ କରଯାଇଥିଲା ଏବଂ ଏହାପରେ ଆର୍ଥିକ ବର୍ଷ ୨୦୦୬-୦୭ରେ ୭୫ ଲକ୍ଷ , ୨୦୧୦-୧୧ ରେ ୧କୋଟି ଓ ୨୦୨୦-୨୧ରେ ୩ କୋଟି ହୋଇଥିବା ବେଳେ ବର୍ତ୍ତମାନ ବିଧାୟକ ପାଣ୍ଠିକୁ ବୃଦ୍ଧି କରିବାପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ଆବଶ୍ୟକ ହେଲେ ଆଗାମୀ ଦିନରେ ବିଚାରବିମର୍ଶ କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ମୁତାବକ, ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ଓ ସ୍ଥାନୀୟ ଅଞ୍ଚଳରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ବିଧାୟକମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆଧାରିତ ପାଣ୍ଠିର ବନ୍ଦୋବସ୍ତ କରିଛି। ରାଜ୍ୟ ସରକାର ପ୍ରତ୍ୟେକ ବିଧାୟକ ପାଣ୍ଠିକୁ ବିଭିନ୍ନ ପ୍ରକାର ଜରୁରୀ ଭିତ୍ତିଭୂମିର ଉନ୍ନତି ପାଇଁ ବିଧାନସଭା ନିର୍ବାଚନମଣ୍ଡଳୀ ପିଛା ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ଲାଗି ୫୦ ଲକ୍ଷ ଦିଆଯାଉଛି । ଏହି ପାଣ୍ଠିଗୁଡ଼ିକ ଖର୍ଚ୍ଚର ଦାୟିତ୍ୱ ଓ ପ୍ରକଳ୍ପ ଆବଣ୍ଟନ ଅଧିକାର ସମ୍ପୂର୍ଣ୍ଣ ଭାବେ ବିଧାୟକମାନଙ୍କର ରହିଛି।

Leave a Reply

Your email address will not be published. Required fields are marked *