ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ରାଜରାଜେଶ୍ୱର ବା ସୁନାବେଶ । ଜନ୍ମବେଦୀରେ ଲୀଳା ସାରି ଚତୁର୍ଦ୍ଧାମୂର୍ତ୍ତି ଫେରିବା ପରେ ଆଜି ସୁନା ବେଶରେ ଦର୍ଶନ ଦେଇଛନ୍ତି ତିନି ଠାକୁର । ମହଣ ମହଣ ସୁନାରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ସୁନା ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନ ସମାଗମ ହେଇଛି । ତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୂଚନା ଯୋଗ୍ୟ; ମହାପ୍ରଭୁଙ୍କ ନୀତିକାନ୍ତି ଯେତିକି ସ୍ବତନ୍ତ୍ର ତାଙ୍କର ବେଶ ମଧ୍ୟ ସେତିକି ଚିତାକର୍ଷକ। ମହାପ୍ରଭୁଙ୍କ ଅନେକ ବେଶ ନୀତି ବିଭିନ୍ନ ପର୍ବପର୍ବାଣୀରେ ଅନୁଷ୍ଠିତ ହୋଇଥାଏ । ସେଥି ମଧ୍ୟରୁ ସୁନାବେଶ ବା ରାଜାରାଜେଶ୍ବର ବେଶ ହେଉଛି ଅନ୍ୟତମ । ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିର ସିଂହ ଦ୍ବାରରେ ଥିବା ରଥ ଉପରେ ମହାପ୍ରଭୁ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *