ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ବିଷମ କଟକର ମୁନିଗୁଡାରେ ନିର୍ବାଚନ ପ୍ରଚାର୍ ପାଇଁ ଯାଇଥିବା ସମୟରେ ସଧାରଣ ଭୋଟର ମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି ସଧାରଣ ଲୋକଙ୍କୁ ବିରୋଧ କରିବା ସହ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ ଓ ଏହାକୁ ମନ୍ତ୍ରୀ ନିରବ ଭାବେ ଦେଖିବା ସହ ହସି କରି ଉଡେଇ ଦେଇଥିଲେ । ସେ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ହରେକୃଷ୍ଣ ବେହେରା, ହରେନ୍ଦ୍ର ଗୌଡ଼ । ଏହି ଘଟଣାକୁ ୫ ଦିନ ହେଲାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଇନ ମନ୍ତ୍ରୀଙ୍କ ଆଖି ସାମ୍ନାରେ ଆଇନର ଧଜିଆ ଉଡିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ମନ୍ତ୍ରୀ ଓ ବିରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

ତେବେ ଆଜି ceo ଆଡିସନାଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଏହି ଘଟଣାର ତଦନ୍ତ କରିବାକୁ। ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେପିର ଟିମ୍ ଭେଟିବା ପରେ ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ବାରମ୍ବାର ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସୁଛୁ । ସରକାରୀ ଦଳ ମୁକ୍ତ ଓ ଅବାଧ ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରୁଛି । ଡେମୋକ୍ରଟିକ ସରକାରକୁ ବ୍ୟୁରୋକ୍ରାଟିକ କରିସାରିଲାଣି ସରକାରୀ ଦଳ । ବିଜେଡି ସରକାରରେ ଏହା ଦେଖିବାକୁ ମିଳୁଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *