Centre bars cough syrups for children below 2 years
ଏଣିକି ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କାଶ ଏବଂ ଥଣ୍ଡା ଔଷଧ ସହ କଫ ସିରଫ ମନା । ୨ ବର୍ଷରୁ କମ୍‍ ବୟସର ଶିଶୁଙ୍କ ପାଇଁ କାଶ ଶିରପ ଲେଖିବା ଓ ବଣ୍ଟନ କରିବା ଉପରେ କଟକଣା ଲଗାଇଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ।
 
ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କାଶ ଶିରପ ପିଇ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହେବା ପ୍ରସଙ୍ଗରେ ବିଚାର କରି ଏହି ଚେତାବନୀ ଜାରି କରାଯାଇଛି । ତେବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ନକଲି କଫ୍‌ ସିରପ୍‌ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣାରେ ଉକ୍ତ ସିରପ୍‌ରେ ସେଭଳି କ୍ଷତିକାରକ ଉପାଦାନ ନ ଥିବା ପରୀକ୍ଷାରୁ ଜଣାପଡ଼ିଛି ।
 
ଯଦିଓ କଫ ସିରପ୍ ମୃତ୍ୟୁର କାରଣ ହୋଇନାହିଁ, ତଥାପି କେଉଁ ପରିସ୍ଥିତିରେ କଫ ସିରପ୍ ବିପଦଜନକ ହୋଇପାରେ ତାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଶୁକ୍ରବାର ଦିନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି କରି ଛୋଟ ପିଲାମାନଙ୍କ ପାଇଁ କଫ୍‌ ସିରପ୍‌ର ବ୍ୟବହାର ନେଇ ପରାମର୍ଶ ଦେଇଛନ୍ତି ।
 
୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ କଫ୍‌ ସିରପ୍‌ ନ ଦେବା ଏବଂ ୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ କଫ୍‌ ସିରପ୍‌ ଖାଇବାକୁ ସାଧାରଣ ଭାବେ ପରାମର୍ଶ ନ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।
 
କାଶ ହେଲେ ଶିରପ୍‍ ଖାଇବାର ଅଭ୍ୟାସ ରହିଛି । କିନ୍ତୁ ଏହା ଶିଶୁଙ୍କ ପାଇଁ ମାରାତ୍ମକ ହୋଇପାରେ । ତେଣୁ ଘରୋଇ ଉପଚାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
Centre bars cough syrups for children below 2 years
 

By Nirvay

Leave a Reply

Your email address will not be published. Required fields are marked *