ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ର ମୁଦ୍ରା ନୀତି କମିଟି (ଏମ୍‌ପିସି) ବୁଧବାର ଦିନ ରେପୋ ହାରରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଯାହା ରେପୋ ରେଟ୍ ୬.୨୫%ରୁ ୬% ପ୍ରତିଶତକୁ ଖସିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି ସମୀକ୍ଷା (ଏମ୍‌ପିସି) ବୈଠକ ଆଜି ଶେଷ ହେବା ପରେ ଏନେଇ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ; ରିଜର୍ଭ ବ୍ୟାଙ୍କ ଫେବୃଆରୀ ମାସରେ ପ୍ରଥମ କରି ସୁଧ ହାରରେ ହ୍ରାସ ଘଟାଇଥିଲା। ଏମପିସି ଫେବୃଆରୀରେ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରି ୬.୨୫ ପ୍ରତିଶତ କରିଥିଲା। ଏହି ହ୍ରାସ ପରେ ସାଧାରଣ ଲୋକଙ୍କୁ ବହୁତ ଆଶ୍ଵସ୍ତି ମିଳିବ ବୋଲି ଆଶା କରାଯାଉଛି । ଦେଶର କୋଟି କୋଟି ଲୋକଙ୍କୁ ଋଣ EMI ରେ ଆଶ୍ୱସ୍ତି ଦେଇଛି।

Leave a Reply

Your email address will not be published. Required fields are marked *