ଆଜି ଓଡିଶା ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା ବୋନି କାପୁର ଏବଂ ଅଭିନେତା ଅର୍ଜୁନ କାପୁର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ବୋନି କାପୁର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀ କାପୁର କହିଥିଲେ ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ । Post navigation ଦଳକୁ ଫେରିଲେ ନିସର୍ତ୍ତରେ ଗ୍ରହଣ: ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ କୁମ୍ଭମେଳାରେ ବୁଡ଼ ପକାଇଲେଣି ୫୦ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ