ଧାନ ମଣ୍ଡିକୁ ନେଇ ପ୍ରତିକ୍ରିୟା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟର ପ୍ରତି ଧାନମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ମିଲ୍କୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍। ଯେକୌଣସି ସମସ୍ୟାର ସଙ୍ଗେ ସଙ୍ଗେ ସମାଧାନ । ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜି ବ୍ୟବହାର କରାଯିବା ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା ମୁତାବକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଦୁର୍ନୀତିକୁ ରୋକାଯିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ମଣ୍ଡିରୁ ପ୍ରକୃତ ମିଲର ନିକଟକୁ ଧାନ ଯାଉଛି କି ନାହିଁ ଜଣାପଡିବ । ଏ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଆସନ୍ତା ୨ ମାସ ମଧ୍ୟରେ ପ୍ଲାନ୍ କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ । Post navigation ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ