ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ।ଆଜି ସକାଳ ୭ ଟାରେ ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ମାରାଥନ୍ ରେଡ୍ କରୁଛନ୍ତି ସିବିଆଇର ୮ ଜଣିଆ ଟିମ୍ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ ସିବିଆଇ ଖୋଳତାଡ଼ କରୁଥିବା ଜଣାପଡିଛି । ଅନ୍ୟପଟେ ସିବିଆଇ ରେଡ୍ ନେଇ ମିଡିଆ ଆଗରେ ପ୍ରତିକ୍ରିୟା ଦେଇଛନ୍ତି ବିଷ୍ଣୁପଦ । ସେ କହିଛନ୍ତି ମୋ ନାଁରେ କୌଣସି ଏଫଆଇଆର୍ ନାହିଁ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛଳ ଭାବେ କାମ କରୁଛି । ଚଞ୍ଚଲ ମୁଖାର୍ଜୀଙ୍କ ସହ ସମ୍ପର୍କ ନାହିଁ । Post navigation କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା; ପ୍ରତିକ୍ରିୟା ରଖିଲେ ମୃତ ଛାତ୍ରୀଙ୍କ ବାପା ରାଜ୍ୟରେ ୨୩୮୦ ଗାଁକୁ ନାହିଁ ଏବେବି ଗମନାଗମନର ସୁବିଧା