ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ୩ ଲକ୍ଷ ୪୦ ହଜାର ଟଙ୍କା ମିଳିଛି । ଆହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ୨ ଜଣ ହେଲେ ବିନିକା ଥାନା ସେଲେଡି ଗାଁର କୁକୁଡ଼ା ବ୍ୟବସାୟୀ କୁବେର ପେରା ଓ ବିନିକାର ଦଖିଲ କର। ସୂଚନା ଅନୁଯାୟୀ , ଦାମୀ ଗାଡ଼ିରୁ ମିଳୁଛି ପୁଳା ପୁଳା ନୋଟ୍। କଳାରଙ୍ଗର ସ୍କର୍ପିଓରୁ ଏହି ଟଙ୍କାକୁ ପୋଲିସ ଜବତ କରିଛି। ତେବେ ଏହି ଜବତ ଟଙ୍କା ସଂପର୍କରେ ସଠିକ୍ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୋଲିସ ଦୁଇ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଗତମାସ ୬ ତାରିଖରେ ମଧ୍ୟ ଜିଲ୍ଲାର ବିନିକା କଲେଜ ଛକରେ ପୋଲିସର ନାକାବନ୍ଦୀବେଳେ ଏକ ଇନୋଭା କାରରୁ ମିଳିଥିଲା ୫୫ ଲକ୍ଷ ୨୦ ହଜାର ଟଙ୍କା। Post navigation ଶ୍ରୀମନ୍ଦିର ରତ୍ନଭଣ୍ଡାର ବିଷୟ ନେଇ ବିଜେଡି ସରକାର ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି କଥାରେ ସଂଯମତା ରକ୍ଷା କରନ୍ତୁ ପାଣ୍ଡିଆନ ବାବୁ : ଅପରାଜିତା