ଭାଗ୍ୟଶ୍ରୀ ସାହୁ ତଥା ସାହୁ ଭାଉଜଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ସାହୁ ଭାଉଜଙ୍କ ନାଁରେ ମାଲକାନଗିରି ପୋଲିସ ମାମଲା ରୁଜୁ କରିଛି । ଜିଲ୍ଲାର କୋଟାମେଟା ଅଞ୍ଚଳରେ ହେଉଥିବା ଯାତ୍ରାରେ ଆଇଆଇସିଙ୍କ ଆଗରେ ଅଶ୍ଳୀଳ ନୃତ୍ୟ କରିବା ପରେ ଏହି ଏତଲା ରୁଜୁ ହୋଇଛି । ଏହା ସହ ଯାତ୍ରା ଆୟୋଜକ କୋତାମେଟା ଆୟୋଜନ କମିଟି ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ସେକ୍ସନ ୨୯୬ ଧାରାରେ ସାହୁ ଭାଉଜଙ୍କ ବିରୋଧରେ ଅଶ୍ଳୀଳ ନୃତ୍ୟ ଓ ଗୀତ ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି । ଅନ୍ୟପଟେ ଯାତ୍ରା ଦେଖି ସାହୁ ଭାଉଜଙ୍କ ଅଶ୍ଳୀଳ ନାଚରେ ପେଣ୍ଡାଲ କଡରେ ବସି ହସୁଥିବା ମାଥିଲି ଥାନା ଆଇଆଇସି ଦେବବ୍ରତ ମଲ୍ଲିକଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ମାଲକାନଗିରି ଏସପି ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ; ମାଲକାନଗିରି ମାଥିଲି ଥାନା ଅଧୀନ କୋଟାମେଟା ଅଞ୍ଚଳରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ତରଫରୁ ଯାତ୍ରା ପରିବେଷଣ ହେଉଥିଲା । ଏହି ଯାତ୍ରାକୁ ଆଇଆଇସିଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଶ୍ରୀକ୍ଷେତ୍ର ଅପେରାରେ ଅଶ୍ଳିଳ ନୃତ୍ୟ ପରିବେଷଣ କରିଥିଲେ ସାହୁ ଭାଉଜ । ଆଇଆଇସି ପେଣ୍ଡାଲ କଡ ଆଗଧାଡିର ସିଟରେ ବସି ଯାତ୍ରା ଦେଖିଥିଲେ । ଯାତ୍ରାରେ ଆଇଆଇସିଙ୍କ ଆଗରେ ଅଶ୍ଳୀଳ ନୃତ୍ୟ ଆରମ୍ଭ କରିଥିଲେ ସାହୁ ଭାଉଜ । ଯାହାକୁ ଦେଖି ଆଇଆଇସି ଉପଭୋଗ କରିବା ସହ ହସୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । Post navigation ଫେବ୍ରୁଆରୀ ମାସରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ