ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍ ସେବା ଆରମ୍ଭ ହେଵ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଲୋକଙ୍କୁ ଅଧିକ ସେବା ପାଇଁ ପ୍ରାରମ୍ଭିକ ଭାବେ ୧୦୦ ବସ୍‌ କିଣାଯିବ।

ସୂଚନା ମୁତାବକ, ପରିବେଶ ପାଇଁ ଏଣିକି ଚାଲିବ ଇଲେକ୍ଟ୍ରିବସ୍ । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ। ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ଚାଲିବ ବସ୍। ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ବସ୍ ଚାଲିବ। ରାଜ୍ୟରେ ଯେଉଁସବୁ ସ୍ଥାନ ଅପହଞ୍ଚ ରହିଛି ସେଠାରେ ମଧ୍ୟ ବସ୍ ସେବା ଯୋଗାଇଦେବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ସେହିପରି ମାଛକୁଣ୍ଡରୁ ଭୁବନେଶ୍ୱର, ବାଲିଗୁଡାରୁ କଟକ, ଉମରକୋଟରୁ ବିଶାଖାପାଟଣା ଭଳି ଜାଗାକୁ ବସ୍ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ ବସ୍ ସେବା ଆରମ୍ଭ ହୋଇଯାଇଛି, ଆମ ଓଡ଼ିଶା ଭାଗରେ ମଧ୍ୟ ଏହି ସେବାର ସୁବିଧା ମିଳିବ। ତେଣୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୧୫ ବର୍ଷରୁ ପୁରୁଣା ବସକୁ ସ୍କାର୍ପକୁ ଦିଆଯିବ। ଆଗକୁ ଇଲେକ୍ଟ୍ରିକ ବସ୍ ଅଧିକ ଚଳାଚଳ କରାଯିବ।

Leave a Reply

Your email address will not be published. Required fields are marked *