• ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ

• ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ ୨୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ

• କେନ୍ଦ୍ର ବଜେଟରେ ବିକାଶର ୪ଟି ଇଞ୍ଜିନ-କୃଷି, ଏମ୍.ଏସ୍.ଏମ୍.ଇ., ନିବେଶ ଏବଂ ରପ୍ତାନୀକୁ ସ୍ବୀକୃତି ଦିଆଯାଇଛି

• ୧.୭ କୋଟି କୃଷକଙ୍କୁ ଲାଭାନ୍ବିତ କରିବା ପାଇଁ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ରେ ୧୦୦ଟି ନିମ୍ନ କୃଷି ଉତ୍ପାଦକତା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବ

• ବିରି, ହରଡ଼ ଏବଂ ମସୁର ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇ ‘ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ଅଭିଯାନ’ର ଶୁଭାରମ୍ଭ କରାଯିବ

• ସଂଶୋଧୂତ ସୁଧ ରିହାତି ଯୋଜନା ଅଧୀନରେ କେ.ସି.ସି. ଜରିଆରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

• ଆର୍ଥିକ ବର୍ଷ ୨୫ରେ ବିତ୍ତୀୟ ନିଅଣ୍ଟ ୪.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିବା ବେଳେ ଆର୍ଥିକ ବର୍ଷ ୨୬ରେ ଏହାକୁ ୪.୪ ପ୍ରତିଶତକୁ ହ୍ରାସ କରିବାର ଲକ୍ଷ୍ୟ

• ଏମ୍.ଏସ୍.ଏମ୍. ଇ. ଗୁଡ଼ିକୁ ଗ୍ୟାରେଣ୍ଟି କଭର୍ ସହିତ ଋଣ ପରିମାଣ 5 କୋଟି ଟଙ୍କାରୁ 10 କୋଟି ଟଙ୍କାକୁ ବୃଦ୍ଧି

• “ମେକ୍ ଇନ୍ ଇଣ୍ଡିଆ’କୁ ଆଗକୁ ବଢ଼ାଇବା ପାଇଁ କ୍ଷୁଦ୍ର, ମଧ୍ଯମ ଏବଂ ବୃହତ ଶିଳ୍ପକୁ ଅନ୍ତର୍ଭୁକ୍ତ କରୁଥିବା ଏକ ଜାତୀୟ ଉତ୍ପାଦନ ମିଶନ ଆରମ୍ଭକରାଯିବ

• ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍

• ଶିକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପାଇଁ ମୋଟ ୫୦୦ କୋଟି ଟଙ୍କାର ବ୍ୟୟ ଅଟକଳ

• ବ୍ୟାଙ୍କଗୁଡ଼ିକରୁ ବନ୍ଧିତ ଋଣ ଏବଂ ୩୦୦୦୦ ଟଙ୍କା ସୀମା ସହିତ ୟୁପିଆଇ- ସଂଯୁକ୍ତ କ୍ରେଡିଟ୍ କାର୍ଡ ସହିତ ପି.ଏମ୍. ସ୍ବନିଧ୍

• ପି.ଏମ୍. ଜନ ଆରୋଗ୍ୟ ଯୋଜନା ଅଧୀନରେ ଅସଂଗଠିତ ଶ୍ରମିକମାନେ ପରିଚୟ ପତ୍ର, ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଏବଂ ସ୍ବାସ୍ଥ୍ୟସେବା ପାଇବେ

• ଅଭିବୃଦ୍ଧି କେନ୍ଦ୍ର ଭାବେ ସହରଗୁଡ଼ିକର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ‌ହରୀ ଚ୍ୟାଲେଞ୍ଜ ପାଣ୍ଠି

• ୨୦୦୦୦ କୋଟି ଟଙ୍କା ବ୍ୟୟରେ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟରଗୁଡ଼ିକର ଗବେଷଣା ଓ ବିକାଶ ପାଇଁ ଆଣବିକ ଶକ୍ତି ମିଶନ

• ୧୨୦ ଟି ନୂତନ ଗନ୍ତବ୍ୟସ୍ଥଳକୁ ଆଞ୍ଚଳିକ ସଂଯୋଗ ବୃଦ୍ଧି ପାଇଁ ସଂଶୋସ୍ତ ଉଡାନ ଯୋଜନା

• ଆଉ ୧ ଲକ୍ଷ ଚାପଗ୍ରସ୍ତ ଆବାସ ୟୁନିଟଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ୧୫,୦୦୦କୋଟି ଟଙ୍କାର ସ୍ବାମୀ ପାଣ୍ଠି ପ୍ରତିଷ୍ଠା କରା‌ଯିବ

• ଘରୋଇ କ୍ଷେତ୍ର ପରିଚାଳିତ ଗବେଷଣା ବିକାଶ ଏବଂ ନବସୃଜନ ପଦକ୍ଷେପ ପାଇଁ ୨୦,୦୦୦ କୋଟି ଟଙ୍କା ଆବଣ୍ଟନ

• ପାଣ୍ଡୁଲିପିର ସର୍ବେକ୍ଷଣ ଏବଂ ସଂରକ୍ଷଣ ପାଇଁ ଜ୍ଞାନ ଭାରତମ୍ ମିଶନରେ ଏକ କୋଟିରୁ ଅଧିକ ପାଣ୍ଡୁଲିପିକୁ ସଂରକ୍ଷିତ କରାଯିବ

• ବୀମା କ୍ଷେତ୍ରରେ ଏଫ.ଡି.ଆଇ. ସୀମା ୭୪ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି

• ବିଭିନ୍ନ ଆଇନର ୧୦୦ରୁ ଅଧିକ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବା ପାଇଁ ଜନ ବିଶ୍ବାସ ବିଲ୍ ୨ ଉପସ୍ଥାପନ କରାଯିବ

• ସଂଶୋସ୍ତ ଆୟକର ରିଟର୍ଡର ସମୟସୀମା ଦୁଇ ବର୍ଷରୁ ବୃଦ୍ଧି କରି ଚାରି ବର୍ଷ କରାଯାଇଛି

• ଟି.ସି.ଏସ୍. ଦେୟରେ ବିଳମ୍ବକୁ ଅପରାଧମୁକ୍ତ କରାଯାଇଛି

• ଭଡ଼ା ଉପରେ ଟିଡିଏସ୍ ୨.୪୦ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି

• କର୍କଟ, ବିରଳ ଏବଂ ଦୀର୍ଘସ୍ଥାୟୀ ରୋଗର ଚିକିତ୍ସା ପାଇଁ ୩୬ଟି ଜୀବନ ରକ୍ଷାକାରୀ ଔଷଧ ଏବଂ ଔଷଧ ଉପରେ ବି.ସି.ଡି. ଛାଡ଼ ପାଇଛି

• ଆଇ. ଏଫ୍.ପି.ଡି. ଉପରେ ବି.ସି.ଡି. ୨୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଖୋଲା ସେଲରେ ୫ ପ୍ରତିଶତକୁ ହ୍ରାସ ପାଇଛି

• ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଖୋଲା ସେଲର ଯନ୍ତ୍ରାଂଶ ଉପରେ ବି. ସି. ଡି. ଛାଡ଼ କରାଯାଇଛି

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୦୨୬ ଉପସ୍ଥାପନ କରିଛନ୍ତି। ସେ କହିଥିଲେ କେନ୍ଦ୍ର ବଜେଟ୍ ୨୦୨୫-୨୦୨୬ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା, ସମାବେଶୀ ବିକାଶକୁ ସୁରକ୍ଷିତ କରିବା, ଘରୋଇ କ୍ଷେତ୍ରର ନିବେଶକୁ ଉତ୍ସାହିତ କରିବା, ଘରୋଇ ଭାବନାକୁ ଉନ୍ନ‌ତ କରିବା ଏବଂ ଭାରତର ଉଦୀୟମାନ ମଧ୍ୟବିତ୍ତ ଶ୍ରେଣୀର ଖର୍ଜ ଶକ୍ତି ବୃଦ୍ଧି କରିବା ଲାଗି ସରକାରଙ୍କ ପ୍ରୟାସକୁ ଜାରି ରଖିବା ଲାଗି ପ୍ରତିଶ୍ରୁତି ଦେଇଛି। ବଜେଟରେ ଗରିବ (ଗରିବ), ଯୁବକ, କୃଷକ (ଅନ୍ନଦାତା) ଏବଂ ମହିଳା (ନାରୀ) ଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି ବିକାଶମୂଳକ ପଦକ୍ଷେପର ପ୍ରସ୍ତାବ ରହିଛି।

ଭାରତର ଅଭିବୃଦ୍ଧି ସମ୍ଭାବନା ଏବଂ ବୈଦ୍ଧିକ ପ୍ରତିଦ୍ବନ୍ଦିତାକୁ ବୃଦ୍ଧି କରିବା ପାଇଁ ଟିକସ, ଶକ୍ତି କ୍ଷେତ୍ର, ସହରାଞ୍ଚଳ ବିକାଶ, ଖଣି, ଆର୍ଥିକ କ୍ଷେତ୍ର ଏବଂ ନିୟାମକ ସଂସ୍କାର କ୍ଷେତ୍ରରେ ପରିବର୍ତ୍ତନକାରୀ ସଂସ୍କାର ଆରମ୍ଭ କରିବା ଏହି ବଜେଟର ଉଦ୍ଦେଶ୍ୟ ।

କେନ୍ଦ୍ର ବଜେଟରେ ଉଲ୍ଲେଖ କରାଯାଇଛି ଯେ କୃଷି, ଏମ୍.ଏସ୍.ଏମ୍.ଇ., ନିବେଶ ଏବଂ ରପ୍ତାନୀ ହେଉଛି ବିକାଶିତ ଭାରତ ଯାତ୍ରାର ଇଞ୍ଜିନ୍, ଯେଉଁଥରେ ସଂସ୍କାରକୁ ଇନ୍ଧନ ଭାବେ ବ୍ୟବହାର କରାଯାଉଛି, ଯାହା ସମାବେଶୀ ମନୋଭାବ ଦ୍ବାରା ପରିଚାଳିତା

ପ୍ରଥମ ଇଞ୍ଜିନ: କୃଷି

ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଗ୍ରହଣ, ଅମଳ ପରବର୍ତ୍ତୀ ସଂରକ୍ଷଣ ବୃଦ୍ଧି, ଜଳସେଚନ ସୁବିଧାରେ ଉନ୍ନତି ଏବଂ ଦୀର୍ଘକାଳୀନ ତଥା ସ୍ବଳ୍ପକାଳୀନ ରଣ ଉପଲବ୍ଧତାକୁ ସୁଗମ କରିବା ପାଇଁ ୧୦୦ଟି ଜିଲ୍ଲାର ରାଜ୍ୟମାନଙ୍କ ସହ ଭାଗିଦାରୀରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ଘୋଷଣା କରାଯାଇଛି।

ଦକ୍ଷତା, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ମାଧ୍ଯମରେ କୃଷି କ୍ଷେତ୍ରରେ କମ୍ ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ରାଜ୍ୟଗୁଡ଼ିକ ସହ ଭାଗିଦାରୀରେ ଏକ ବ୍ୟାପକ ବହୁ-କ୍ଷେତ୍ରୀୟ ଗ୍ରାମୀଣ ସମୃଦ୍ଧି ଏବଂ ନମନୀୟତା’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଏହାର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବା, ଯେଉଁଥିରେ ଗ୍ରାମାଞ୍ଚଳର ମହିଳା, ଯୁବ କୃଷକ, ଗ୍ରାମାଞ୍ଚଳର ଯୁବକ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ ପରିବାର ଉପରେ ଧ୍ୟାନ ଦେବା ।

କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସରକାର ହରଡ଼, ବିରି ଏବଂ ମସୁର ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇ ୬ ବର୍ଷର “ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ଅଭିଯାନ” ଆରମ୍ଭ କରିବେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ (ନାଫେଡ୍‌ ଏବଂ ଏନ୍.ସି.ସି.ଏଫ୍.) ଆଗାମୀ ୪ବର୍ଷ ମଧ୍ୟରେ କୃଷକମାନଙ୍କଠାରୁ ଯେତିକି ଯୋଗାଇ ଦିଆଯିବ, ସେତିକି ପରିମାଣରେ ଏହି ୩ଟି ଡାଲି କିଣିବାକୁ ପ୍ରସ୍ତୁତ ରହିବେ।

ବଜେଟରେ ପନିପରିବା ଏବଂ ଫଳ ପାଇଁ ବ୍ୟାପକ କାର୍ଯ୍ୟକ୍ରମ, ଅଧିକ ଉତ୍ପାଦନକ୍ଷମ ବିହନ ଉପରେ ଜାତୀୟ ମିଶନ ଏବଂ କପା ଉତ୍ପାଦନ ପାଇଁ ଏକ ପାଞ୍ଚ ବର୍ଷର ମିଶନ ସହିତ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକଳାପକୁ ପ୍ରମୁଖ ଉପାୟରେ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପଗୁଡ଼ିକର ରୂପରେଖ ଦିଆଯାଇଛି।

ସଂଶୋଧୂତ ସୁଧ ରିହାତି ଯୋଜନା ଅଧୀନରେ କିଷାନ କ୍ରେଡିଟ୍ କାର୍ଡ ମାଧ୍ଯମରେ ନିଆଯାଇଥିବା ଋଣ ପାଇଁ ଋଣ ସୀମାକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଶ୍ରୀମତୀ ସୀତାରମଣ ଘୋଷଣା କରିଥିଲେ |

ଦ୍ଵିତୀୟ ଇଞ୍ଜିନ: ଏମଏସଏମଇ

ଅର୍ଥମନ୍ତ୍ରୀ ଏମ୍.ଏସ୍.ଏମ୍.ଇ. ଗୁଡ଼ିକୁ ବିକାଶର ଦ୍ଵିତୀୟ ଶକ୍ତି ଇଞ୍ଜିନ ଭାବେ ବର୍ଣ୍ଣନା କରିଥିଲେ, କାରଣ ଏହା ଆମ ରପ୍ତାନୀର ୪୫ ପ୍ରତିଶତ ଅଟେ। ଏମ୍.ଏସ୍.ଏମ୍.ଇ. ଗୁଡ଼ିକୁ ଉଚ୍ଚ ଦକ୍ଷତା, ବୈଷୟିକ ଉନ୍ନତିକରଣ ଏବଂ ପୁଞ୍ଜିର ଉନ୍ନ‌ତ ଉପଲବ୍ଧତା ହାସଲ କରିବାରେ ସହାୟତା କରିବା ପାଇଁ, ସମସ୍ତ ଏମ୍.ଏସ୍.ଏମ୍.ଇ. ଗୁଡ଼ିକର ବର୍ଗୀକରଣ ପାଇଁ ନିବେଶ ଏବଂ କାରବାର ସୀମାକୁ ଯଥାକ୍ରମେ ୨.୫ ଏବଂ ୨ ଗୁଣକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, ଗ୍ୟାରେଣ୍ଟି କଭର ସହିତ ଋଣ ଉପଲବ୍ଧତା ବୃଦ୍ଧି ପାଇଁ ପଦକ୍ଷେପ ମଧ୍ଯ ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ ୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ପ୍ରଥମ ଥର ଉଦ୍ୟୋଗୀଙ୍କ ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଥିଲେ । ଏହାଦ୍ବାରା ଆଗାମୀ ୫ ବର୍ଷ ମଧ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦି ଋଣ ଉପଲବ୍ଧ ହେବା ଶ୍ରୀମତୀ ସୀତାରମଣ ଘୋଷଣା କରିଥିଲେ ଯେ ‘ମେଡ୍ ଇନ୍‌ ଇଣ୍ଡିଆ’ ବ୍ରାଣ୍ଡର ପ୍ରତିନିଧୂତ୍ବ କରୁଥିବା ଖେଳଣା ନିର୍ମାଣରେ ଭାରତକୁ ଏକ ବିଶ୍ବସ୍ତରୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ଏକ ଯୋଜନା ମଧ୍ଯ କାର୍ଯ୍ୟକାରୀ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର “ମେକ୍ ଇନ୍ ଇଣ୍ଡିଆ” କୁ ଆଗକୁ ବଢାଇବା ପାଇଁ କ୍ଷୁଦ୍ର, ମଧ୍ଯମ ଏବଂ ବୃହତ ଶିଳ୍ପକୁ ଅନ୍ତା କରି ଏକ ନ ୟ ଉତ୍ପାଦନ ମିଶନ ପ୍ରତିଷ୍ଠା କରିବେ।

ତୃତୀୟ ଇଞ୍ଜିନ: ନିବେଶ

ଅଭିବୃଦ୍ଧିର ତୃତୀୟ ଇଞ୍ଜିନ ଭାବେ ନିବେଶକୁ ପରିଭାଷିତ କରି କେନ୍ଦ୍ର ମନ୍ତ୍ରୀ ଜନସାଧାରଣ, ଅର୍ଥବ୍ୟବସ୍ଥା ଏବଂ ନବସୃଜନ କ୍ଷେତ୍ରରେ ନିବେଶକୁ ପ୍ରାଥମିକତା ଦେଇଥିଲେ । ଲୋକମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ଅଧୀନରେ ସେ ଘୋଷଣା କରିଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍‌ ପ୍ରତିଷ୍ଠା କରାଯିବ।

Leave a Reply

Your email address will not be published. Required fields are marked *