ଦେଶରେ ଦିନକୁ ଦିନ ଚାକିରି ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଏବେ କେନ୍ଦ୍ର ସରକାର ଏହାକୁ ନେଇ ତତ୍ପରତା ଦେଖେଇଛନ୍ତି । ଆଜି ୨୦୨୪-୨୫ ଆର୍ଥିକ ବଜେଟ ଉପସ୍ଥାପନ ସମୟରେ ଆଗକୁ ଇଣ୍ଟର୍ନଶିପ୍ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଇଣ୍ଟର୍ନଶିପ୍ ଯୋଜନା ଦ୍ବାରା ଚାକିରି ସମସ୍ୟା ଦୂରୀକରଣ ହେବା ।

ଏହା ଯୋଜନା ମାଧ୍ୟମରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦୦ ବହୁ ବିଶିଷ୍ଟ କମ୍ପାନୀରେ ଫ୍ରେସରମାନଙ୍କୁ ଇଣ୍ଟର୍ନଶିପ୍ କରିବାର ସୁଯୋଗ ମିଳିବ। ଏହି ଯୋଜନା ଏକ କୋଟି ଯୁବକ ଓ ଯୁବତୀଙ୍କୁ ଚାକିରି ଦେଇ ସ୍ବାବଲମ୍ବୀ ହେବାର ସୁଯୋଗ ଦେବ ।

ପ୍ରଥମ ଥର ଚାକିରି ଖୋଜୁଥିବା ପିଲାଙ୍କୁ ଦୁଇ ବର୍ଷ ପାଇଁ ସରକାର ପ୍ରତି ମାସରେ ୩୦୦ ଟଙ୍କା ଅତିରିକ୍ତ PF ଦେବେ। ସ୍ଥାନୀୟ ଅନୁଷ୍ଠାନରେ ଅଧ୍ୟୟନ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଣସୁରକ୍ଷିତ ଶିକ୍ଷା ଋଣ ଉପଲବ୍ଧ ହେବ। ତାହାଛଡା ୩୦ ଲକ୍ଷ ଯୁବକମାନଙ୍କୁ ଦକ୍ଷତା ତାଲିମ ଦିଆଯିବ। ଏଥିପାଇଁ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଥିବା ସହ ୪କୋଟି ଯୁବକଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପାଞ୍ଚଟି ଯୋଜନା ଆଣିବେ। ଆସନ୍ତା ୫ ବର୍ଷରେ ସରକାର ୨ ଲକ୍ଷ କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ କରିବେ।

ଏହାସହ ଇଣ୍ଟର୍ନଶିପ ସ୍କିମ୍ ଅଧୀନରେ ପ୍ରତି ମାସରେ ୫,୦୦୦ ଟଙ୍କା ଇଣ୍ଟର୍ନସିପ୍ ଭତ୍ତା ଏବଂ ୬,୦୦୦ ଟଙ୍କାର ଏକକାଳୀନ ସହାୟତା ପ୍ରଦାନ କରାଯିବ। ଇଣ୍ଟର୍ନସିପ୍ ସୁବିଧା କରୁଥିବା କମ୍ପାନୀଗୁଡିକ ଇଣ୍ଟର୍ନମାନଙ୍କ ତାଲିମ ଖର୍ଚ୍ଚ ବହନ କରିବେ। ଏଥିପାଇଁ କମ୍ପାନୀଗୁଡ଼ିକ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ପାଣ୍ଠି ବ୍ୟବହାର କରିବେ।

Leave a Reply

Your email address will not be published. Required fields are marked *