bombs-seized-from-balangir-railway-wagon

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଜବତ ହୋଇଛି ୧୨ଟି ବୋମା । ତେବେ ଏହାକୁ ଜବତ କରି ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ୍ ମ୍ୟାନେଜର କହିଛନ୍ତି ଯେ, ଯାହାର ବୋମା ଥିଲା ତାଙ୍କୁ ଫେରାଇ ଦେଇଛନ୍ତି ।

କାର୍ଯ୍ୟରେ ଅବହେଳା ପାଇଁ ସଇନ୍ତଳା ବଡ଼ମାଳ ଗୋଳାବାରୁଦ କାରଖାନାର ୨ କର୍ମଚାରୀ ଜୁନିଅର ୱାର୍କସ୍‌ ମ୍ୟାନେଜର ସୁଶାନ୍ତ ପାଣିଗ୍ରାହୀ, ବୌଦ୍ଧ ବେହେରାଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ବୋମା ୧୫୫ ଏମ୍‌ଏ୍‌ମ ର ବୋମା ଯାହା ଭାରତୀୟ ସେନା ବ୍ୟବହାର କରନ୍ତି । ତେବେ ଏଭଳି ଜୀବନ୍ତ ବୋମା ସୁରକ୍ଷା ବିହୀନ ଅବସ୍ଥାରେ ରେଳ ୱାଗନ୍ ଡବାକୁ ଆସିଲା କେମିତି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *