ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ । ବିଗତ କିଛି ଦିନ ହେଲା ବାରମ୍ବାର ବିଭିନ୍ନ ଭାରତୀୟ ବିମାନ ବନ୍ଦରକୁ ଆସୁଛି ଫେକ୍ କଲ । ପ୍ରଭାବିତ ହେଉଛି ସାରା ଦେଶର ବିମାନ ସେବା । ଅଧିକାଂଶ ବିମାନ ବନ୍ଦରକୁ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌ ଆସୁଥିବା ବେଳେ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌ ଆସିଥିବାର ସୂଚନା ମିଳିଛି । ଧମକପୂର୍ଣ୍ଣ କଲ୍‌ ଆସିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି ହୋଇଛି । ବିମାନ ବନ୍ଦରରେ କଡ଼ାକଡି ଭାବେ ଯାଞ୍ଚ କରାଯାଉଥିବା ଜଣା ଯାଇଛି ।

ସେହିପରି ଆଜି ଝାରସୁଗୁଡ଼ାରେ ମଧ୍ୟ ବୋମା ଥିବା ଗୁଜବ ସାମ୍ନାକୁ ଆସିଛି। ଝାରସୁଗୁଡ଼ା – ବାଙ୍ଗାଲୁରୁ ବିମାନ(୬ ଇ-୧୨୮)ରେ ବୋମା ଥିବା ଖବରପାଇ ଆଶଙ୍କାରେ ବିମାନରେ ଖାନତଲାସ କରାଯାଉଛି । ଦିନ ସାଢେ଼ ସାଢେ଼ ୩ଟା ସୁଦ୍ଧା ବିମାନ ଉଡାଣ କରିପାରି ନାହିଁ । ଆଜି ଦିନ ୧୨ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ୧ଟା ୧୦ ମିନିଟରେ ଛାଡିବାର୍ ଥିଲା। କିନ୍ତୁ ବୋମା ସୂଚନା ମିଳିବା ପରେ ବିମାନକୁ ଅଟକାଇ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଆଉଥରେ ଯାଞ୍ଚ କରାଯାଇଥିଲା। ତେବେ ବିମାନରୁ ସେଭଳି କୌଣସି ବୋମା ମିଳି ନଥିବା ନେଇ ସୂଚନା ମିଳିଛି।

ଅନ୍ୟପଟେ ଗତ କିଛି ଦିନ ଧରି ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା ବେଳେ ଆଜି ଏକାସାଙ୍ଗରେ ୯୫ ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି ।  ବୋମା ଧମକ ମିଳିଥିବା ବିମାନଗୁଡିକୁ ହେଲା :- ଏୟାର ଇଣ୍ଡିଆର ୨୦, ଇଣ୍ଡିଗୋର ୨୦, ଭିସ୍ତାରର ୨୦ ଏବଂ ଅକାସାର ୨୫ ବିମାନ, ସ୍ପାଇସଜେଟ୍‌ର ୫, ଆଲିଆନ୍ସ ଏୟାରର ୫ ବିମାନ  ।

Leave a Reply

Your email address will not be published. Required fields are marked *