ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବାସଭବନ ସମ୍ମୁଖରେ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡକୁ ନେଇ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଘର ସାମ୍ନାରେ ଗୁଳି ପରିବାର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି । ଦାସ ଏହି ଘଟଣାକୁ ଏକ ନୀତିହୀନ ସରକାରରେ ଭୁଷୁଡ଼ି ପଡ଼ିଥିବା ଆଇନ ବ୍ୟବସ୍ଥାର ନଗ୍ନ ଚିତ୍ର ବୋଲି ନିନ୍ଦା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅପରାଧୀମାନେ ନିର୍ଭୀକ ହୋଇଯାଇଛନ୍ତି, ଯେତେବେଳେ ସାଧାରଣ ନାଗରିକମାନେ ଚିନ୍ତିତ ଏବଂ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଏକ ମୁରବିହୀନ ସରକାରରେ ସାଧାରଣ ଲୋକ ଯେ କେତେ ଭୟଭୀତ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ବୋଲି ସେ କହିଛନ୍ତି । ଦାସ ସମ୍ପୃକ୍ତ ଲୋକଙ୍କ ଉପରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଗିରଫ କରିବା ଏବଂ ଭବିଷ୍ୟରେ ଅପରାଧ ରୋକିବା ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି । ନଚେତ୍ ସରକାର ଅପରାଧୀଙ୍କୁ ପ୍ରସୟ ଦେଉଛନ୍ତି ବୋଲି ଧରିନିଆଯିବ ବୋଲି ବବି ଦାସ କହିଛନ୍ତି । କହିରଖୁଛୁ ଯେ, ବବି ଦାସଙ୍କ ବାସଭବନ ସମ୍ମୁଖରେ ଘଟିଥିବା ଗୁଳିକାଣ୍ଡରେ ଜଣେ ଯୁବକ ସୌମ୍ୟ ସାଗର ସାମଲ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଯୁବକଜଣକ ସେହି ନିକଟରେ କୁକୁଡ଼ା ବ୍ୟବସାୟ କରୁଥିଲେ । Post navigation Ratna Bhandar Inventory: କାଲିଠାରୁ ଆରମ୍ଭ ରତ୍ନଭଣ୍ଡାରରେ ଗଣତି Akshaya Tritiya 2026: ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ