ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍‌ । ଢେଙ୍କାନାଳ ଜିଲ୍ଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଛି। ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଉଛି ।

ସେଗୁଡିକ ହେଲା ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚାଲିଛି ଚଢ଼ଉ । ତା ସହିତ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ଚାଲିଛି ରେଡ୍। ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣା ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍

Leave a Reply

Your email address will not be published. Required fields are marked *