କରାଚି ବିମାନବନ୍ଦରରେ ରବିବାର ରାତିରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବିମାନବନ୍ଦର ପରିସର ବାହାରେ ହୋଇଥିବା ଏହି ବିସ୍ଫୋରଣରେ ଚୀନର ଦୁଇ ଜଣ ଅଧିକାରୀପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୮ ଜଣ ଆହତ ହୋଇଛନ୍ତି। ଆଇନ୍ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ବୟାନ ଅନୁଯାୟୀ କରାଚିରେ ଥିବା ପାକିସ୍ତାନର ସର୍ବବୃହତ ବିମାନବନ୍ଦର ବାହାରେ ଏକ ଟ୍ୟାଙ୍କର ବିସ୍ଫୋରଣ ହୋଇଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ତୁରନ୍ତ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସୈନା ମୁତୟନ କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ବିଭାଗର ଜଣେ କର୍ମଚାରୀ ରାହତ ହୁସେନ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ବିମାନବନ୍ଦରର କୋଠାଗୁଡ଼ିକୁ ଦୋହଲାଇ ଦେଇଥିଲା।

ପୋର୍ଟ କାସିମ ଇଲେକ୍ଟ୍ରିକ୍ ପାୱାର କମ୍ପାନି (ପ୍ରାଇଭେଟ୍) ଲିମିଟେଡର ଚୀନ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଦୁଇ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନୀ ନାଗରିକମାନେ ମଧ୍ୟ ପ୍ରାଣ ହରାଇଥିଲେ।

ପ୍ରାଦେଶିକ ଗୃହମନ୍ତ୍ରୀ ଜିଆ ଉଲ୍ ହାସନ ଜିଓ ଟିଭିକୁ ନିଶ୍ଚିତ କରିଛନ୍ତି ଯେ ଏହି ବିସ୍ଫୋରଣ ବିଶେଷ କରି ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରି କରାଯାଇଥିଲା।

By Nirvay

Leave a Reply

Your email address will not be published. Required fields are marked *