ବାରିପଦାରେ ପ୍ରଥମ କଳା ବାଘ ସଫାରି ହେବା ପରେ ଓଡ଼ିଶା ପର୍ଯ୍ୟଟନରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବ। ଏହି ସଫାରି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବାରିପଦାର ୧୮ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ୨୦୦ ହେକ୍ଟର ଜାଗାକୁ କଳା ବାଘ ସଫାରି ପାଇଁ ଚିହ୍ନଟ କରାଯାଇଛି, ଯାହାକୁ ବିଶ୍ୱର ପ୍ରଥମ କଳା ବାଘ ସଫାରି ବୋଲି କୁହାଯାଉଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ନିକଟରେ ବିଶ୍ୱର ପ୍ରଥମ କଳା ବାଘ ସଫାରିକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି।

ସଫାରି ପାଇଁ ପ୍ରସ୍ତାବିତ ସ୍ଥାନ ବାରିପଦା ନିକଟରେ ଥିବା ମଞ୍ଚବନ୍ଧ ସଂରକ୍ଷିତ ଜଙ୍ଗଲ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣଠାରୁ ଯଥେଷ୍ଟ ଦୂରରେ ଥିବାରୁ ସଫାରିର ସମ୍ଭାବ୍ୟତା ଯାଞ୍ଚ କରିବାକୁ କୁହାଯାଇଛି। ଏନଟିସିଏ ବର୍ତ୍ତମାନ ସୁପାରିସ କରିଛି ଯେ, ଏହାକୁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ଯିଏ ପ୍ରକଳ୍ପର ସମୀକ୍ଷା କରିବ ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଆବଶ୍ୟକ ହେଉଥିବା କୌଣସି ପରିବର୍ତ୍ତନ ପାଇଁ ପରାମର୍ଶ ଦେବ। ଡିପିଆର୍ ଅନୁମୋଦନ ହେବା ପରେ ଜଙ୍ଗଲ ଜମିରେ ସଫାରି ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମୋଦନ ପାଇଁ ଏହାକୁ ସୁପ୍ରିମକୋର୍ଟ କମିଟିକୁ ପଠାଯିବ।

ରାଜ୍ୟ ସରକାର ସଫାରିରେ ୬ଟି ବାଘ ଯଥା ୪ଟି କଳା ଓ ୨ଟି ଧଳା ବାଘ ଛାଡିବାକୁ ଯୋଜନା କରିଛନ୍ତି। ଓଡ଼ିଶା ଓ ଝାଡ଼ଖଣ୍ଡ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୩ଟି ଧଳା ବାଘ ଓ ଗୋଟିଏ ଧଳା ବାଘ ଅଣାଯିବ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ହେଉଛି ବିଶ୍ୱର ଏକମାତ୍ର ବାଘ ଆବାସସ୍ଥଳୀ ଯେଉଁଠାରେ କଳା ବାଘ ଅଛନ୍ତି ଯେଉଁମାନଙ୍କ ଶରୀରରେ ବ୍ୟାପକ କଳା ପଟ୍ଟା ରହିଛି। ୨୦୦୭ରେ ଏହି ଅଭୟାରଣ୍ୟରେ ପ୍ରଥମେ କଳା ବାଘ ଥିବା ଜଣାପଡ଼ିଥିଲା। ୨୦୧୬ରେ ଓଡ଼ିଶା ବନ ବିଭାଗ ପକ୍ଷରୁ ଏହି ଅଭୟାରଣ୍ୟରେ ହୋଇଥିବା ଗଣନାରେ ୬ଟି ବାଘ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *