ଆସାମରେ ୧୨୬ଟି ବିଧାନସଭା ଆସନ ମଧ୍ୟରୁ, ସଂଖ୍ୟାଗରିଷ୍ଠତା ଅଙ୍କ ୬୪ ସହିତ, ବିଜେପି ୭୮ଟି ଆସନରେ ଆଗୁଆ ରହିଛି । ସେଇଭଳି କଂଗ୍ରେସ ୨୪ଟି ଆସନରେ ଆଗୁଆ ରହିଛି । ୨୦୦୧ ମସିହାରୁ ଜାଲୁକବାରି ଆସନରେ ରହିଆସୁଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବର୍ତ୍ତମାନ ତାଙ୍କ ନିର୍ବାଚନମଣ୍ଡଳୀରୁ ଆଗରେ ଅଛନ୍ତି । ଅଧିକାଂଶ ଏକଜିଟ୍ ପୋଲ ୨୦୨୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଇଁ ସ୍ପଷ୍ଟ ବିଜୟ ହେବ ବୋଲି ପୂର୍ବାନୁମାନ କରିଥିଲେ। ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଶାସକ ମେଣ୍ଟ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାର ସମ୍ଭାବନାକୁ ସର୍ଭେଗୁଡ଼ିକ ସୂଚାଇ ଦେଇଥିଲା । ଆସାମରେ ବିଜେପିର ବିପୁଳ ବିଜୟ ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ରାଜ୍ୟ କାର୍ଯ୍ୟାଳୟରେ ସମ୍ୱର୍ଦ୍ଧନା ଜଣାଇଛନ୍ତି । Post navigation End of Mamata Era in Bengal: ବେଙ୍ଗଲରେ ମମତା ଯୁଗର ଅନ୍ତ; ଫୁଟିଲା ପଦ୍ମ BJP winning BIG in Bengal, Assam; TVK in Tamil Nadu