ଭଜ଼ଞ୍ଜନଗର : ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଭଜ଼ଞ୍ଜନଗର ପୋଲିସ ସୀମା ଅନ୍ତର୍ଗତ ବେତାର ଛକରେ କିଛି ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣରେ ୫ ରୁ ଅଧିକ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଭଞ୍ଜନଗର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଢ଼ିଅପଢ଼ାଳ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁବାସ ଚନ୍ଦ୍ର ବରାଦ ବାଇକ୍‌ରେ ଯାଉଥିଲେ। ବେତାର ଛକ୍‌ରେ ତାଙ୍କୁ କିଛି ଯୁବକ ଅଟକାଇ ଅଜଥାରେ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ଭିତରେ ସେମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ସୁବାସଙ୍କୁ ସୁରକ୍ଷା ଦେବାକୁ ଗାଁ ଲୋକ ଆସିଥିଲେ। ହେଲେ ସେମାନେ ସୁବାସ ଓ ଗାଁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ମାଡ଼ ମାରିଥିବା ଅଭିଯୁକ୍ତମାନେ ବିଜେଡି କର୍ମୀ ବୋଲି  ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଗାଁ ଲୋକ ଭଂଜନଗର-ଦଶପଲ୍ଲା ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ପହଞ୍ଚିଛନ୍ତି । ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

By SonaliP

Leave a Reply

Your email address will not be published. Required fields are marked *