ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡ଼ିଓ ଏବେ ଚର୍ଚ୍ଚାରେ ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକିଛି ଦିନ ହେବ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବନ୍ଧକ ରଖିଛନ୍ତି । ଯାହା ଗତଦିନମାନଙ୍କରେ ପ୍ରମାଣିତ ହୋଇସାରିଛି ।

ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓଗୁଡ଼ିକରୁ ଏହା ପ୍ରତିପାଦିତ ହୋଇପାରିଛି ଯେ, ଶ୍ରୀ ପାଣ୍ଡିଆନ ଏବଂ ତାଙ୍କ ଗୋଷ୍ଠୀରେ ଥିବା କିଛି ଅଣଓଡ଼ିଆ ଅଧିକାରୀମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ କବଜା କରି ରଖିଛନ୍ତି ।

ପ୍ରୋଟକଲ ଅନୁଯାୟୀ ତାଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଚର୍ଚ୍ଚା କରିପାରୁଛନ୍ତି କି ନାହିଁ ସେନେଇ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ତାହା ଜାଣିବାର ଅଧିକାର ସମସ୍ତ ଓଡିଶାବାସୀଙ୍କର ଅଛି ।

ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭି.କେ.ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ରାଜ୍ୟର ଗଣମାଧ୍ୟମ ସହ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରନ୍ତୁ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମୁକ୍ତ କରିବା ପାଇଁ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ରାମମମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଚିଠି ମାଧ୍ୟମରେ ନିବେଦନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମଧ୍ୟରେ ରଖି ଗଣମାଧ୍ୟମକୁ ସାକ୍ଷାତକାର ମାଧ୍ୟମରେ ଭିକେ ପାଣ୍ଡିଆନ ଓଡିଶାବାସୀଙ୍କୁ ସ୍ୱପ୍ନ ଦେଖାଇବା ଦୁର୍ଭାଗ୍ୟଜନକ । ଓଡିଶାବାସୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ ବାର୍ତ୍ତା ଚାହାଁନ୍ତି କିନ୍ତୁ ଜଣେ ଅଣଓଡ଼ିଆ ଅଧିକାରୀଙ୍କଠାରୁ ନୁହେଁ । ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ଦୀପ୍ତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

By SonaliP

Leave a Reply

Your email address will not be published. Required fields are marked *