ସୁଭଦ୍ରା ଯୋଜନା ନେଇ ବିଜେଡ଼ିକୁ କଡା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ। ସୁଭଦ୍ରା ନାଁରେ ବିଜେପିର ଓଡ଼ିଶାର ମହିଳାଙ୍କୁ ଭଣ୍ଡାଇବା ସହ ତାଙ୍କ ଭାବାବେଗ ସହ ଖେଳୁଛି ଓ କିସ୍ତି ଆକାରରେ ଏତେ କମ ଟଙ୍କା ମିଳୁଥିବାରୁ ଏଥିରେ ମହିଳାମାନେ କୌଣସି ବ୍ୟବସାୟ ଆରମ୍ଭ କରିପାରିବେ ନାହିଁ ବୋଲି ବିଜେଡି ଅଭିଯୋଗ ଆଣିଛି। ତେବେ ଏଭଳି ବ୍ୟାଙ୍କ କାଉଣ୍ଟର ରଖିଛି ବିଜେପି।

ଶ୍ରୀ ତ୍ରିପାଠୀ କହିଛନ୍ତି, ୨୪ ବର୍ଷ ସରକାରରେ ରହିଲା ପରେ ମଧ୍ୟ ୩ ମାସ ତଳେ ଲୋକସଭାରେ ଆସନ ଶୂନ କରିଦେଲେ। ଆସ୍ଥା ହରାଇ ହାତଗଣତି ରାଜ୍ୟସଭା ସାଂସଦ ମଧ୍ୟ ଦଳ ଛାଡ଼ୁଛନ୍ତି। ତାଙ୍କୁ ଦଳରେ ଉପେକ୍ଷା କରାଯାଉଥିବା ଅଭିଯୋଗ ଆଣି ଦଳ ଛାଡ଼ୁଛନ୍ତି। ଏହା ହତାଶାର ଚିହ୍ନ ବୋଲି ବିରଞ୍ଚି ତ୍ରିପାଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି, ଫନି ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ଛାଡ଼ି ଓଡ଼ିଶା ଆସିଥିଲେ। ୫ ହଜାର କୋଟି ଦେଇଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇ ପାରିଲାନି। ସେହିପରି ପୂର୍ବରୁ ରାଜ୍ୟକୁ ୫ ହଜାର କୋଟି ଖଣି ରୟାଲଟି ମିଳୁଥିବା ବେଳେ ଏବେ ୫୦ ହଜାର କୋଟିରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *