ସାରା ଦେଶରେ ପାଳିତ ହେଉଛି ପବିତ୍ର ଶ୍ରୀରାମ ନବମୀ ।ଏହା ସହ ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଦିନ ଏବଂ ବିଜେପିର ପ୍ରତିଷ୍ଠା ଦିବସ। ତେଣୁ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ବଡ଼ ଆଡ଼ମ୍ବରେ ପାଳିତ ହୋଇଛି ବିଜେପିର ପ୍ରତିଷ୍ଠା ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର୍ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଏହି ଅବସରରେ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଦିନ ଏବଂ ବିଜେପିର ପ୍ରତିଷ୍ଠା ଦିବସ। ବିଶ୍ୱରେ ଏକ ନମ୍ବର ଦଳ ହେଉଛି ଭାରତୀୟ ଜନତା ପାର୍ଟି। ଲୋକଙ୍କ ପାଇଁ କାମ କରୁଛି। ଲୋକମାନଙ୍କ ସହଯୋଗରେ ଏହି ଦଳ ଆଗକୁ ଯାଇଛି। ଏହା ସହ ମନମୋହନ ସାମଲ ଆଉ ମଧ୍ୟ କହିଛନ୍ତି ୪୦ ଲକ୍ଷରୁ ଅଧିକ ସଦସ୍ୟତା ଗ୍ରହଣ କରାଯାଇଛି । ଚଳିତ ବର୍ଷ ଦୁଇ ଗୁଣ ସଦସ୍ୟତା ହାସଲ ଲକ୍ଷ୍ୟ ରହିଛି ଦଳ । ରେକର୍ଡ ସଂଖ୍ୟକ ସଦସ୍ୟତା ହାସଲ କରିଛି ଦଳ । ଏହାକୁ ଚଳିତ ବର୍ଷ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରହିଛି । Post navigation ୱକ୍ଫ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ନୂଆ ପମ୍ବନ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି