BJD Workers clash with Police; Danny, Bobby, Sulata Injured
ଫକୀରମୋହନ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜେଡି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ କରିବା ସହ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ବିଜେଡି-ପୋଲିସ ମୁହାଁମୁହିଁ ହୋଇଛନ୍ତି ଫଳରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ), ପ୍ରୀତିରଞ୍ଜନ ଘଡେଇ (ଡାନି) ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓ ଆହତ ହୋଇଥିବା ଜଣା ପଡିଛି ।
 
ମିଳିଥିବା ସୂଚନା ଅନୁଯାୟୀ ବବି ଦାସ ଆପୋଲ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଡାନି ଘଡେଇ ଏବଂ ସୁଲତା ଦେଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
 
ହଜାର ହଜାର ବିଜେଡି କର୍ମୀ ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଆନ୍ଦୋଳନ ତୀବ୍ର ହେବାରୁ ପୁଲିସ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି ।
 
ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ନୁହେଁ ବରଂ ରାଜ୍ୟ ସରକାର ୨ କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରିଛି । ବିଧାନସଭା ଚତୁଃପାର୍ଶ୍ୱରେ କମିଶନରେଟ୍ ପୋଲିସର ଛାଉଣି ପଡିଛି ।
BJD Workers clash with Police; Danny, Bobby, Sulata Injured

By Nirvay

Leave a Reply

Your email address will not be published. Required fields are marked *